fbpx

ପୋଷ୍ଟ ଅଫିସରେ ନିଯୁକ୍ତି ସୁଯୋଗ : ଦରମା ୬୩ ହଜାର, ଦଶମ ପାସ୍‌ କରିଥିଲେ ଏପରି କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଡାକ ବିଭାଗରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ ରହିଛି । ଭାରତ ସରକାରଙ୍କ ଅଧିନରେ ଥିବା ଡାକ ବିଭାଗ କିଛି ପଦବୀରେ ନିଯୁକ୍ତି କରିବାକୁ ଯାଉଛି । ଡାକ ବିଭାଗର ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଯୋଗ୍ୟତା ମଧ୍ୟ ଖୁବ କମ୍‌ ରହିଛି ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.indiapost.gov.in/କୁ ଯାଇ ଆବେଦନ କରିପାରିବେ। ବିଜ୍ଞପ୍ତି ବାବଦରେ ଅଧିକ ଜାଣିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଡାକ ବିଭାଗ ଦ୍ବାରା ପ୍ରଦତ୍ତ Postal Recruitment 2024 10t Pass Apply Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଯୋଗ୍ୟତା:
ଆଶାୟୀ ତଥା ଇଚ୍ଛୁକ ପ୍ରାର୍ଥୀ ସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ ପାସ୍ କରିଥିବା ଆବଶ୍ୟକ । ଏହା ସହିତ ଆଶାୟୀ ପ୍ରାର୍ଥୀଙ୍କ ସ୍ବୀକୃତିପ୍ରାପ୍ତ RTOରୁ ଡ୍ରାଇଭିଂ ଲାଇସେନ୍ସ କରିଥିବା ଆବଶ୍ୟକ । କେବଳ ସେତିକି ନୁହେଁ ୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଦରକାର ।

କେବେଠୁ ଆବେଦନ?

ଆବେଦନ ଆରମ୍ଭ ତାରିଖ – ୦୬ ଜାନୁୟାରୀ ୨୦୨୪
ଆବେଦନ ଶେଷ ତାରିଖ – ୧୬ ଫେବୃଆରୀ ୨୦୨୪

ବୟସ ସୀମା:
ସର୍ବନିମ୍ନ ବୟସ- ୧୮ ବର୍ଷ
ସର୍ବାଧିକ ବୟସ- ୨୭ ବର୍ଷ

ବୟସରେ କୋହଳ:
OBC – ୦୩ ବର୍ଷ କୋହଳ
ST / SC – ୦୫ ବର୍ଷ କୋହଳ
PWD + SC / ST – ୧୫ ବର୍ଷ କୋହଳ

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା
ଡ୍ରାଇଭିଂ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ
ଡାକ୍ତରୀ ପରୀକ୍ଷା

କିପରି କରିବେ ଆବେଦନ?
https://www.indiapost.gov.in/ କୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ । ନାଁ, ସମ୍ପୂର୍ଣ୍ଣ ଠିକଣା, ଶିକ୍ଷାଗତ ଯୋଗ୍ୟତା ଆଦି ଆବେଦନ ଫର୍ମରେ ପୂରଣ କରନ୍ତୁ । ୧୦୦ ଟଙ୍କାର ପୋଷ୍ଟ ଅର୍ଡର ସହିତ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦେଇ ଦିଆଯାଇଥିବା ଠିକଣାରେ ପଠାଇ ଦିଅନ୍ତୁ ।

କେତେ ରହିଛି ଦରମା?

ସର୍ବାଧିକ ମାସିକ ଦରମା – ୬୩, ୨୦୦ ଟଙ୍କା

Get real time updates directly on you device, subscribe now.