fbpx
BJD SKY
BJD SKY

ଖୁବଶୀଘ୍ର ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଋଷଭ ପନ୍ତ: BCCI ନେଲା ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ତାଜା ଅପଡେଟ ସାମ୍ନାକୁ ଆସିଛି । ଉତ୍ତମ ଚିକିତ୍ସା ପାଇଁ ଋଷଭ ପନ୍ତଙ୍କୁ ଇଂଲଣ୍ଡ ପଠାଯିବ । ବିସିସିଆଇ ଚେଷ୍ଟା କରୁଛି ଯେ, ଋଷଭ ପନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଇପିଏଲକୁ ଫେରନ୍ତୁ, ଯାହା ଦ୍ୱାରା ତାଙ୍କର ଟି -୨୦ ବିଶ୍ୱକପରେ ଖେଳିବାର ସମ୍ଭାବନା ବଢ଼ିଯିବ ।

ଏହା ପୂର୍ବରୁ ମହମ୍ମଦ ଶାମି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଇଂଲଣ୍ଡ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଶାମି ଏବଂ ସୂର୍ଯ୍ୟକୁମାର ଯାଦବ ଗୋଡରେ ଆଘାତ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ପଡ଼ିଆରେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଋଷଭ ପନ୍ତ ଇଂଲଣ୍ଡ ଯିବେ । ମାର୍ଚ୍ଚ ଶେଷରୁ ଭାରତୀୟ ପ୍ରିମିୟର ଲିଗର ୧୭ ତମ ସିଜନରେ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହେବାର ସମସ୍ତ ସମ୍ଭାବନା ରହିଛି । ଡିସେମ୍ବର ୨୦୨୨ ଠାରୁ ଋଷଭ ପନ୍ତ କ୍ରିକେଟ୍ ପଡ଼ିଆଠାରୁ ଦୂରରେ ଅଛନ୍ତି । ଡିସେମ୍ବର ୨୦୨୨ ରେ ହରିଦ୍ୱାର ଯିବାବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ । ମୁମ୍ବାଇର ଏକ ଡାକ୍ତରଖାନାରେ ସେ ୪୫ ଦିନ ଚିକିତ୍ସିତ ହୋଇଥିଲେ । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଇପିଏଲ ସମୟରେ ଋଷଭ ପନ୍ତଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.