fbpx

ରଶ୍ମିକାଙ୍କ ଡିପଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୁକ୍ତକୁ ଗିରଫ କଲା ପୁଲିସ

ମୁମ୍ବାଇ: ରଶ୍ମିକା ମନ୍ଦାନା ଜଣେ ଅଭିନେତ୍ରୀ ଯିଏ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଖୁବ ନାଁ କମାଇଛନ୍ତି। ମାତ୍ର ଅଳ୍ପ ଦିନ କ୍ୟାରିଅରରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସମସ୍ତେ କ୍ରସ୍ ଗାର୍ଲ ବୋଲି କୁହନ୍ତି। ନିକଟରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଏକ ଡିଫଫେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗିରହିଥିଲା। ତେବେ ଏହି ଡିଫଫେକ ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୁକ୍ତକୁ ଆଜି ଦିଲ୍ଲୀ ପୋଲିସ ଗିରଫ କରିଥିବା ଜଣାପଡିଛି। ମାତ୍ର ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତର ପରିଚୟ ସାମ୍ନାକୁ ଆସିପାରିନାହିଁ।

ସୂଚନା ଥାଉକି, ରଶ୍ମିକାଙ୍କ ‘ଡିପ୍‌ଫେକ୍‌’ ଭିଡିଓ ଭାଇରାଲ ହେବା ପରେ ପୋଲିସ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇବା ପରେ ପୋଲିସ ତତ୍ପରତା ଦେଖାଇଥିଲା। ନଭେମ୍ବର ୨୦୨୩ରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

Get real time updates directly on you device, subscribe now.