fbpx

NTPC ପକ୍ଷରୁ ବାହାରିଲା ଅନେକ ପଦ: ମାସିକ ଦରମା ୪୦-୫୦ ହଜାର

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ମାଇନ ଓଭରମ୍ୟାନ, ମେକାନିକାଲ ସୁପରଭାଇଜର, ଇଲେକ୍ଟ୍ରିକାଲ ସୁପରଭାଇଜର, ଭୋକେସନାଲ ଟ୍ରେନିଂ, ଇନଷ୍ଟ୍ରକଚର, ମାଇନ ସର୍ଭେ, ମାଇନିଂ ସିର୍ଦାର ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ ।

ଏପ୍ରିଲ ମାସ ୧୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୫ ତାରିଖରେ ସମାପ୍ତ ହେବା । ସର୍ବାଧିକ ସର୍ବାଧିକ ବୟସ ସୀମା ଚଳିତ ବର୍ଷ ମେ ମାସ ୫ ତାରିଖ ସୁଦ୍ଧା ୨୫ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି ।

ମାଇନିଂ ସିର୍ଦାର ପଦକୁ ଛାଡ଼ି ଅନ୍ୟ ସମସ୍ତ ପଦ ପାଇଁ ପ୍ରାର୍ଥୀଙ୍କୁ ମାସକୁ ୫୦ ହଜାର ଟଙ୍କା ଦରମା ଦିଆଯିବ । ମାଇନିଂ ସିର୍ଦାର ପଦ ପାଇଁ ମାସକୁ ୪୦ ହଜାର ଟଙ୍କା ଦରମା ରହିଛି । ଲିଖିତ ପରୀକ୍ଷା, ଦକ୍ଷତା ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ସିଲେକ୍ସନ କରାଯିବ । ପ୍ରଥମ ପର୍ଯ୍ୟାୟର ଲିଖିତ ପରୀକ୍ଷାରେ ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷତା ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । କେବଳ ଭାରତୀୟ ନାଗରିକମାନେ ଏହି ପଦ ପାଇଁ ଆବେଦନ କରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://careers.ntpc.co.in/recruitment/login.php

ନୋଟିଫିକେସନ ଲିଙ୍କ: https://careers.ntpc.co.in/recruitment/advertisements/002023_eng_adv

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ntpc.co.in/

Get real time updates directly on you device, subscribe now.