fbpx

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଇକେଲରୁ ତଳେ ପଡ଼ିଗଲେ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ସାଇକେଲ ଚଳାଉଥିବା ସମୟରେ ତଳେ ପଡ଼ିଯାଇଛନ୍ତି ବାଇଡେନ୍ । ତେବେ ଏହି ଘଟଣା ପରେ ତାଙ୍କଠାରେ କୌଣସି ଆଘାତ ଲାଗି ନଥିବା ଜଣାପଡ଼ିଛି । ଡେଲାୱେର ବିଚ୍ ହୋମ ନିକଟରେ ସକାଳେ ସାଇକେଲ ରାଇଡିଂ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ୭୯ ବର୍ଷୀୟ ବାଇଡେନ୍ ତଳେ ପଡ଼ିଯିବା ପରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତାଙ୍କୁ ସହଯୋଗ କରିଥିଲେ ।

ତେବେ ବାଇଡେନ ସାଇକେଲରୁ ତଳେ ପଡ଼ିଯିବା ପରେ ସଙ୍ଗେସଙ୍ଗେ ଉଠି ବସିଥିଲେ ଓ କହିଥିଲେ ‘ମୁଁ ଠିକ୍ ଅଛି, ବାସ୍ ମୋର ପାଦ ସ୍ଲିପ୍ ହୋଇଗଲା । ବାଇଡେନ୍ ସାଇକେଲରୁ ତଳେ ପଡ଼ିଯିବା ନେଇ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଫାଷ୍ଟ ଲେଡି ଜିଲ ବିଡେନଙ୍କ ସହ ଜୋ ରେହୋବୋଥ ବିଚରେ ସାଇକେଲ ଚଳାଉଥିଲେ । ତେବେ ବାଇଡେନଙ୍କୁ କିଛି ଆଘାତ ଲାଗି ନଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ବାଇଡେନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଆଯିବା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କାରଣ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜାରି ରହିଛି । ଗତ ୨୦୨୦ ନଭେମ୍ବର ମାସ ନିର୍ବାଚନ ପରେ ପଦ ଗ୍ରହଣ ପୂର୍ବରୁ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା । ଏହାପରେ ୨୦୨୧ ନଭେମ୍ବରରେ ଡାକ୍ତର ତାଙ୍କୁ ଫିଟ୍ ଘୋଷିତ କରିଥିଲେ ।

Get real time updates directly on you device, subscribe now.