fbpx

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ପୋଲିସ ସାଜିଲା ଦର୍ଶକ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଆକ୍ରମଣ। ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ବସ୍ ଆଗପଛକୁ ନେଇ ଦୁଇପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଘଟଣା ହିଂସକ ରୂପ ଧାରଣ କରିଥିଲା। ପୋଲିସ ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ଗୋଟିଏ ବସ୍ କର୍ମଚାରିଙ୍କୁ ଅନ୍ୟ ବସ୍‌ର କର୍ମଚାରୀ ମାନେ ହାଣିଥିଲେ। ଘଟଣା ସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।

ଏଭଳି ଅଭାବନିୟ ଘଟଣାର ଖବର ଆସୁଛି ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରୁ। ବସ୍ ମଧ୍ୟରେ ଆଗପଛ ହେବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଧିରେଧିରେ ହଣାକଟା ଯାଏଁ ଯାଇଥିଲା। ଏପରିକି ବସ୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଦୁର୍ବତ୍ତ। ପୁର୍ବରୁ ମଧ୍ୟ ବରମୁଣ୍ଡାରେ ଗୁଣ୍ଡାରାଜର ଖବର ଆସୁଥିଲା। ଆଜି କଥା ହଣାକଟା ପର୍ଯ୍ୟନ୍ତ ଯାଇଛି। ଦୁଇ ବସ୍ ବ୍ରହ୍ମପୁର ଏବଂ ଛତ୍ରପୁର ଅଭିମୁଖେ ବାହାରିଥିଲେ। ସମୟକୁ ନେଇ ଦୁଇ ପକ୍ଷରେ ବଚସା ହୋଇଥିଲା। ପରେ ଗୋଟିଏ ବସ୍‌ର ଡ୍ରାଇଭର ଏବଂ ଷ୍ଟାଫ୍ ଆଉ ଗୋଟିଏ ବସ୍‌ର ଷ୍ଟାଫ୍‌ଙ୍କୁ ଆକ୍ରମଣ କରିଥିଲେ।

Get real time updates directly on you device, subscribe now.