fbpx

କ୍ଷୀର-ପାଳଙ୍ଗ ଶାଗ ଖାଇ ଦୀର୍ଘାୟ ହେଲେ ମହିଳା, ପାଳିଲେ ୧୨୮ ତମ ଜନ୍ମଦିନ

ନୂଆଦିଳ୍ଲୀ:  ଦକ୍ଷିଣ ଆଫ୍ରିକାର ୧୨୮ ବର୍ଷୀୟା ମହିଳା କ୍ଷୀର ଓ ପାଳଙ୍ଗ ଶାଗ ତାଙ୍କର ଆହାର କରି ଦୀର୍ଘାୟୁ ହୋଇପାରିଛନ୍ତି । ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ କିନ୍ତୁ ଏହା ସତ । ଦକ୍ଷିଣ ଆଫ୍ରିକାର ଏହି ମହିଳା ହେଲେ ଜୋହାନା ମାଜିବୁକୋ । ମେ ୧୧ ତାରିଖ ଦିନ ସେ ତାଙ୍କର ୧୨୮ ତମ ଜନ୍ମଦିନ ପାଳନ କରିଛନ୍ତି ।

ଜୋହାନା ମାଇଜେଙ୍କର ୧୨ ଭଉଣୀ । ସେମାନଙ୍କ ମଧ୍ୟରେ ଏବେ ବି ୩ ଜଣ ଜୀବିତ ଅଛନ୍ତି । ଜୋହାନାଙ୍କୁ ଜୀବିତ ଥିବା ସବୁଠୁ ବୟସ୍କ ମହିଳା ବୋଲି କୁହାଯାଉଛି । ପିଲାଦିନୁ ଜୋହାନା କୃଷି ଫାର୍ମରେ କାମ କରନ୍ତି । ତାହାହିଁ ତାଙ୍କ ଶ୍ରମ ଓ ରୋଜଗାର । ଖୁବ୍‌ କମ୍‌ ବୟସରେ ତାଙ୍କର ବିବାହ ହୋଇଗଲା । ଷ୍ଟାୱାନା ମାଜିବୁକୋଙ୍କୁ ବିବାହ କରିଛନ୍ତି ଜୋହାନା । ଷ୍ଟାୱାନାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଜୋହାନାଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ଷ୍ଟାୱାନାଙ୍କର ଘୋଡା ଏବଂ ଗାଇ ଫାର୍ମ ଥିଲା । ଏହି ଫାର୍ମରେ କାମ କରୁଥିଲେ ଜୋହାନା । ସେଠାରୁ ତାଙ୍କୁ ତାଜା କ୍ଷୀର ମିଳୁଥିଲା । ଏଥିସହ ସେ ପାଳଙ୍ଗ ଶାଗ ଚାଷ କରୁଥିଲେ । ବହୁଳ ମାତ୍ରାରେ କ୍ଷୀର ଏବଂ ପାଳଙ୍ଗ ଶାଗ ଜାତୀୟ ଖାଦ୍ୟ ଖାଇ ଦୀର୍ଘାୟୁ ହୋଇପାରିଥିବା କହିଛନ୍ତି ।

ଜୋହାନାଙ୍କର ନିଜର ଏବଂ ସମ୍ପର୍କୀୟଙ୍କୁ ମିଶାଇ ୫୦ଜଣ ନାତି ନାତୁଣୀ ଅଛନ୍ତି । କ୍ଷୀର ଏବଂ ପାଳଙ୍ଗ ଶାଗ ବ୍ୟତୀତ ଏବେ ଅନ୍ୟାନ୍ୟ ଖାଦ୍ୟ ଖାଉଛନ୍ତି ଜୋହାନା । ବୟସର ସାୟାହ୍ନରେ ବି ସେ ଏବେ ଚଲାବୁଲା କରି ।ରୁଛନ୍ତି । ଜୋହାନାଙ୍କୁ ଏବେ ସଠିକ ଭାବେ ଶୁଣା ଯାଉନଥିଲେ ବି ସେ ପରିସ୍କାର ଦେଖି ।ରୁଛନ୍ତି । ମଣିଷ ଆୟୁଷ କେତେ ହୋଇପାରେ କାହା ନାମରେ ଅଧିକ ଦିନ ବଞ୍ଚିବାର ରେକର୍ଡ କିଏ ସବୁ ଜୀବିତ ବୟସ୍କ ନା ବୟସ୍କା ଏ ପ୍ରଶ୍ନ ଓ ଖବର ସାଧାରଣ, କିନ୍ତୁ ଦୀର୍ଘ ଜୀବନରେ ମନ୍ତ୍ରକୁ ସମସ୍ତଙ୍କର ଆଗ୍ରହ । ସେଥିଲାଗି ଜୋହାନାଙ୍କ ଜୀବନ ମନ୍ତ୍ର ପାଇଁ ସବୁରି ଆଗ୍ରହ । ଏହା ଆଶ୍ଚର୍ଯ୍ୟ ହୋଇପାରେ କିନ୍ତୁ ପ୍ରମାଣିତ ।

Get real time updates directly on you device, subscribe now.