fbpx

ଦିଲ୍ଲୀ ଉପରାଜ୍ୟପାଳ ପଦ ଛାଡ଼ିଲେ ଅନୀଲ ବୈଜଲ , ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

୨୦୧୬ ଡିସେମ୍ବରରେ ଅନୀଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ହୋଇଥିଲେ । ନିଜର କାର୍ଯ୍ୟକାଳ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗକୁ ନେଇ ଅନେକ ଥର ତାଙ୍କର ମତଭେଦ ହୋଇଥିଲା । ବୈଜଲଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଟେଲ କିମ୍ବା ରାଜୀବ ମହର୍ଷିଙ୍କୁ ନିଯୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି ।

ସୂଚନାଥାଉକି, ୧୯୬୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ବୈଜଲ ପୂର୍ବରୁ ଦିଲ୍ଲୀ ଡେଭଲପ୍‌ମେଣ୍ଟ ଅଥରିଟି(ଡିଡିଏ)ର ଉପାଧ୍ୟକ୍ଷ ଭାବେ କାମ କରିଥିଲେ ।

Get real time updates directly on you device, subscribe now.