fbpx

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍: ଜାଣନ୍ତୁ କେତେ ଅଛି ଆଜିର ରେଟ୍

ନୂଆଦିଲ୍ଲୀ: ବର୍ଦ୍ଧିତ ଦରଦାମ୍ ମଧ୍ୟରେ ସାଧାରଣ ଜନତାଙ୍କୁ ଲାଗିଛି ପୁଣି ଏକ ଝଟକା । ଘରୋଇ ଏଲପିଜି ଗ୍ରାସ ସିଲିଣ୍ଡର ଦର ପୁଣିଥରେ ମହଙ୍ଗା ହୋଇଛି । ଆଜି ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୩ ଟଙ୍କା ୫୦ ପଇସା ବଢ଼ିଛି । ଯାହାଫଳରେ ସିଲିଣ୍ଡର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିଛି । ଏହି ମାସରେ ଦ୍ୱିତୀୟ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ୭ ମଇରେ ପ୍ରଥମ ଥର ପାଇଁ ୫୦ କୁ ବୃଦ୍ଧି କରାଯାଇଥିବା ଆଜି ପୁଣି ଦାମ୍ ବୃଦ୍ଧି କରାଯାଇଛି ।

ତେବେ ପେଟ୍ରୋଲ-ଡିଜେଲ ସହିତ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ସିଲିଣ୍ଡର ମୂଲ୍ୟ ୩ ଟଙ୍କା ୫୦ ପଇସା ବୃଦ୍ଧି ହେବା ପରେ ଏହାର ଦାମ୍ ୧୦୦୦ ପାର୍ କରିଛି । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ୮୦୯ରୁ ୧୦୦୩ ଟଙ୍କାକୁ ବୃଦ୍ଧି ପାଇଛି ।

ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ୧୦୦୩ ଟଙ୍କାରେ ମିଳିବ । ଏହା ସହ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର କୋଲାତାରେ ୧୦୨୯ ଟଙ୍କା ଓ ଚେନ୍ନାଇରେ ୧୦୧୯.୫ ଟଙ୍କାରେ ମିଳିବ ।

Get real time updates directly on you device, subscribe now.