ବାହା ମଣ୍ଡପରେ ବର ସାଙ୍ଗର ଚୁଟି ଘୁମେଇ ପିଟିଲେ କନିଆଁ, ଭିଡ଼ିଓ ଭାଇରାଲ
ହଜାର ହଜାର ଲୋକଙ୍କ ସାମ୍ନାରେ ବର ସାଙ୍ଗକୁ ପିଟିଲେ କନିଆଁ। ଷ୍ଟେଜ୍ ଉପରେ କାବା ହୋଇ ଚାହିଁ ରହିଛନ୍ତି ବର।
ନୂଆଦିଲ୍ଲୀ: ବାହାଘରରେ ଅନେକ ମଜା ମସ୍ତି ହୁଏ। କେଉଁଠି ଶାଳୀ ସହିତ ଭିଣେଇ ମଜା କରେ ତ ଆଉ କେଉଁଠି କନିଆଁକୁ ବରର ସାଙ୍ଗମାନେ ମଜାରେ ଚିଡେଇ ଦିଅନ୍ତି। ହେଲେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କନିଆଁ ସାଙ୍ଗରେ ମଜା କରିବା ବରର ସାଙ୍ଗ ପାଇଁ ମହଙ୍ଗା ପଡିଛି।
ହଜାର ହଜାର ଲୋକଙ୍କ ସାମ୍ନାରେ ବାହା ମଣ୍ଡପରେ ବରର ସାଙ୍ଗର ଚୁଟିକୁ ଘୋଷାଡି ପିଟିଛି କନିଆଁ। ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ। ତାହା ଏହି ବାହାଘର ମଣ୍ଡପରେ ମାଳା ଅଦଳ ବଦଳ ସମୟରେ ଘଟିଛି।
ବାହାଘର: ଚାଲିଥିଲା ବାହାଘର। ପୁଅ ବି ରେଡ୍ଡି, ଝିଅ ବି ରେଡ୍ଡି। ବାହାଘରକୁ ମନଭରି ଉପଭୋଗ କରୁଛନ୍ତି ହଜାର ହଜାର ଲୋକ। ସମସ୍ତଙ୍କ ମୁହଁରେ ହସ। ବରଯାତ୍ରୀ ସାଙ୍ଗରେ ଧରି ବାହା ମଣ୍ଡପରେ ପହଞ୍ଚିଲା ବର।
ଆଉ ବାହାଘର ରୀତିନୀତି ମଧ୍ୟ ଆରମ୍ଭ ହେଲା। ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ହଠାତ୍ କେହି କିଛି ବୁଝି ପାରିଲେନି। ଷ୍ଟେଜ୍ ଉପରେ ଏପରି କିଛି କାଣ୍ଡ ଭିଆଇଲା କନିଆଁ ଜଣଙ୍କ, ଯାହା ଦେଖି ସମସ୍ତେ କାବା। ଷ୍ଟେଜ ଉପରେ ବର ବି ଆଁ କରି ଛିଡ଼ା ହୋଇଛି।
ବରର ସାଙ୍ଗକୁ ମାଡ଼: ଆପଣମାନେ ଅନେକ ସମୟରେ ଦେଖିଥିବେ କି ବାହାଘର ମଣ୍ଡପରେ ବର କନିଆଁ ସହ ସାଙ୍ଗମାନେ ଅନେକ ମଜା ମସ୍ତି କରିଥାନ୍ତି। ଠିକ୍ ଏହି ବାହାଘରରେ ମଧ୍ୟ ସେପରି କିଛି ମଜା ମସ୍ତି ଚାଲିଥିଲା।
ଆଉ ଷ୍ଟେଜ୍ ଉପରେ ବର କନିଆଁ ମାଳ ଅଦଳ ବଦଳ କରିବା ପାଇଁ ହାତରେ ଫୁଲ ମାଳ ଧରି ଛିଡ଼ା ରେଡ୍ଡି ଥିଲେ। ହେଲେ ଏପରି କିଛି ଘଟଣା ଘଟିଲା। ଯାହା ପାଇଁ ସବୁ ଲୋକଙ୍କ ସାମ୍ନାରେ ବରର ସାଙ୍ଗକୁ ନିର୍ଧୁମ ଛେଚିଲା କନିଆଁ।
दुल्हन से मज़ाक करेंगे तो फिर पिटाई तो होगी ही🤣🤩 pic.twitter.com/kONxTSX3eC
— Saroj Meena (@Sanubyadwal) April 18, 2025
ଭିଡ଼ିଓ ଭାଇରାଲ: ତେବେ ଭାଇରାଲ ଭିଡ଼ିଓ ଅନୁଯାୟୀ, ବର ଏବଂ କନ୍ୟା ଜୟମାଲା ରୀତି ପାଇଁ ମଞ୍ଚ ଉପରେ ଠିଆ ହୋଇଥିଲେ। କନ୍ୟା ହାତରେ ଫୁଲର ହାର ଧରି ପ୍ରସ୍ତୁତ, କିନ୍ତୁ କନ୍ୟା ବରକୁ ହାର ପିନ୍ଧାଇବାକୁ ଆଗକୁ ବଢ଼ିବା ମାତ୍ରେ, ପଛରୁ ବରର ସାଙ୍ଗ ବରକୁ ପଛକୁ ଟାଣି ନେଇଯାଏ।
ଏହି କ୍ରମ ଥରେ କି ଦୁଇଥର ନୁହେଁ, ବରଂ ଅନେକ ଥର ଜାରି ରହିଲା। ପ୍ରଥମେ କନ୍ୟା ଏହାକୁ ହସି ଦେଲା, କିନ୍ତୁ ବାରମ୍ବାର କାର୍ଯ୍ୟ କରିବା ଦ୍ୱାରା ତାଙ୍କ ଧର୍ଯ୍ୟ ଶେଷ ହୋଇଗଲା।
ଏହାପରେ କନିଆଁ ଜଣକ ଫୁଲମାଳ ଆଉ ଜଣଙ୍କୁ ଧରିବା ପାଇଁ ଦେଇ ବରର ସାଙ୍ଗକୁ ସମସ୍ତଙ୍କ ସାମ୍ନାକୁ ଟାଣି ଆଣିଲେ। ଏବଂ ପିଲାର ଚୁଟିକୁ ଘୁମେଇ ପିଠିରେ ନିର୍ଧୁମ ଛେଚିଲେ। ଯାହାକୁ ଦେଖି ବର ମଧ୍ୟ ଷ୍ଟେଜ ଉପରେ କାବା ହୋଇ ଚାହିଁ ରହିଲା। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।