କିପରି ଚାଲେ ସରକାର? ଏନେଇ ବିଧାୟକଙ୍କୁ ପାଠ ପଢାଇବେ ଜେପି ନଡ୍ଡା
ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା ।
ଭୁବନେଶ୍ବର: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ । ନଡ୍ଡାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବେ ବିଧାୟକ ।
ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ୍ ଦେବେ ନଡ୍ଡା । ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସରକାର କିପରି ଚାଲେ ସେନେଇ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ଠାରୁ ନବାଗତମାନେ ଶିଖିବେ ।
କାଲିଠୁ ବିଜେପିର ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହେବ । ତେବେ ଆଜି ଆୟୁଷ୍ମାନ ଭାରତ କାର୍ଡର ଶୁଭାରମ୍ଭ ପରେ କାଲିଠୁ ବିଧାୟକଙ୍କୁ ତାଲିମ୍ ଦେବେ ନଡ୍ଡା ।
ପ୍ରକାଶଥାଉକି, ଆଜି ସରକାର 3ଟି ଯୋଜନାର ଶୁଭାରମ୍ଭ କରିବେ । ଆୟୁଷ୍ମାନ ଭାରତ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ । ଏହି ଯୋଜନାମାନଙ୍କରେ ରାଜ୍ୟରେ 1.3 କୋଟି ପରିବାରର ସାଢେ 3 କୋଟି ଲୋକ ଯୋଡି ହେବେ ।