fbpx

ୟୁରିକ୍ ଏସିଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବ ଜୁଆଣି: ଜାଣନ୍ତୁ କିପରି କରିବେ ବ୍ୟବହାର

Advertisement

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ୟୁରିକ୍ ଏସିଡ୍ ବର୍ତ୍ତମାନ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗମ୍ଭୀର ରୋଗ ପାଲଟିଛି । ବାସ୍ତବରେ ଏହା ଆର୍ଥ୍ରାଇଟିସର ଏକ ଜଟିଳ ରୂପ, ଯେଉଁଥିରେ ୟୁରିକ୍ ଏସିଡ୍ ସ୍ଫଟିକ୍ ଶରୀରରେ ଜମା ହୋଇଯାଏ, ଯାହା ଗଣ୍ଠିକୁ ବିଶେଷ ଭାବରେ ଖରାପ ପ୍ରଭାବିତ କରିଥାଏ ।

ଶରୀର ପ୍ୟୁରିନ୍ ଭାଙ୍ଗିବା ପରେ ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । ଯେତେବେଳେ ଶରୀରରେ ଏହାର ଲେବଲ ବଢିବା ଦ୍ୱାରା, ଶରୀରରେ ସୁଗାର, ଆର୍ଥ୍ରାଇଟିସ୍, ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିଯାଏ । ଏଭଳି ପରିସ୍ଥିତିରେ ୟୁରିକ୍ ଏସିଡ୍ ଲେବଲକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇଥାଏ ।

ଜୁଆଣି ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୋଇପାରେ :
ଜୁଆଣି ହେଉଛି ଏକ ମସଲା ଯାହା ଔଷଧୀୟ ଗୁଣରେ ଭରପୂର ରହିଥାଏ । ତେବେ ଥଣ୍ଡା ଏବଂ କାଶର ଚିକିତ୍ସାରେ ଏହାର ବ୍ୟବହାର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ଏବଂ ଏହା ୟୁରିକ୍ ଏସିଡ୍ କୁ ମଧ୍ୟ ଶୀଘ୍ର ନିୟନ୍ତ୍ରଣ କରିଥାଏ । ଜୁଆଣିରେ ଥିବା ଆଇରନ୍‌, ମାଙ୍ଗାନିଜ୍, କ୍ୟାଲସିୟମ୍ ଏବଂ ବାୟୋଆକ୍ଟିଭ୍ ଯୌଗିକ ପରି ପୁଷ୍ଟିକର ଖାଦ୍ୟ ଗାଉଟ୍‌ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଲ୍ୟୁଟୋଲିନ୍, ୩ ଏନ-ବଟିଲଫଥାଲାଇଡ୍ ଏବଂ ବିଟା-ସେଲେନାଇନ୍ ଯୌଗିକ ମିଳିଥାଏ ଯାହା ବ୍ଲଡ୍‌ରେ ୟୁରିକ୍ ଏସିଡ୍ ଲେବଲ ଏବଂ ପ୍ରଦାହକୁ ମଧ୍ୟ କମ୍‌ କରିଥାଏ ।

ୟୁରିକ୍ ଏସିଡ୍ ରୋଗୀମାନେ ଜୁଆଣି ଏପରି ବ୍ୟବହାର କରିବା ଉଚିତ୍ :
ୟୁରିକ୍ ଏସିଡ୍ ରେ ପୀଡିତ ରୋଗୀମାନେ ଖାଲି ପେଟରେ ପ୍ରତିଦିନ ଜୁଆଣି ପାଣି ପିଇବା ଉଚିତ୍ । ଶୋଇବା ପୂର୍ବରୁ ଏକ ଚାମଚ ଜୁଆଣିକୁ ଏକ ଗ୍ଲାସରେ ରଖନ୍ତୁ ଏବଂ ଏହାକୁ ରାତିସାରା ଭିଜାଇ ରଖନ୍ତୁ । ଏହି ପାଣି ଫିଲ୍ଟର୍ କରି ସକାଳେ ପିଅନ୍ତୁ । ଏହା ବ୍ୟତୀତ ଆପଣ ଜୁଆଣି ସହିତ ଅଦା ମଧ୍ୟ ମିଶାଇ ଖାଇପାରିବେ ।

ଜୁଆଣି ଖାଇବା ଦ୍ୱାରା ଏହି ସମସ୍ୟାଗୁଡିକ ମଧ୍ୟ ଦୂର ହେବ :
ପେଟ ଜନିତ ସମସ୍ୟା : ଏସିଡିଟି ଏବଂ କୋଷ୍ଠକାଠିନ୍ୟରେ ପୀଡିତ ଲୋକଙ୍କ ପାଇଁ ଜୁଆଣି ମଧ୍ୟ ଲାଭଦାୟକ ହୋଇଥାଏ ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି : ଯଦି ଗଣ୍ଠିରେ ବହୁତ ଯନ୍ତ୍ରଣା ହୁଏ ତେବେ ଆପଣ ଏହାକୁ ଖାଇବା ଉଚିତ୍ । ଜୁଆଣିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଉପାଦାନଗୁଡ଼ିକ ଆର୍ଥ୍ରାଇଟିସ୍ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଶରୀର ଫୁଲିବାରୁ ରକ୍ଷା କରେ : ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ଜୁଆଣି ଶରୀରରେ ଫୁଲାକୁ କମ୍‌ କରିଥାଏ ଏବଂ ଏହା ଥଣ୍ଡା ଏବଂ କାଶ ଭଳି ଭାଇରାଲ୍ ଇନ୍‌ଫେକ୍ସନ୍‌ରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ଆପଣ ୟୁରିକ୍‌ ଏସିଡ୍‌ ସମସ୍ୟାରେ ଜୁଆଣି ଖାଇପାରିବେ ।

Get real time updates directly on you device, subscribe now.