fbpx

‘ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ’ ବୋଲି କହି ଦୋଷୀର ସଜ୍ଜାକୁ କମ୍ କରିଦେଲେ ଜଜ୍, ଲୋକେ କଲେ ଜୋରଦାର୍ ବିରୋଧ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ଦିଆଯାଇଥିବା ରାୟକୁ ନେଇ ଏବେ ଦେଶବ୍ୟାପି ଜଜ୍ ଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଘଟଣା ହେଉଛି ଯେ, ଜଣେ ଦୁଷ୍କର୍ମକାରୀର ସଜ୍ଜାକୁ ଏହା କହି କମ୍ କରି ଦିଆଯାଇଛି ଯେ, ମହିଳାଙ୍କ ସହିତ ଦୁଷ୍କର୍ମ ମାତ୍ର ୧୧ ମିନିଟ୍ ହୋଇଥିଲା । ଏବେ ଏହି ରାୟକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି । ଲୋକ ମାନେ ରାସ୍ତା ଉପରେ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏଥିସହିତ ଏହି ରାୟକୁ ଫେରାଇ ନେବାକୁ ଦାବି କରିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ଏହି ଦୁଷ୍କର୍ମ ମାମଲା ଗତବର୍ଷ ଜୁନ୍ ମାସ ୨୦ ତାରିଖର । ବେସଲରେ ରହୁଥିବା ଜଣେ ୩୩ ବର୍ଷୀୟା ମହିଳା ଅଭିଯୋଗ କରିଥିଲେ ଯେ, ଦୁଇ ଜଣ ପର୍ତ୍ତୁଗୀଜ୍ ଘର ବାହାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଜୋରଜବରଦସ୍ତି ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୧୭ ହୋଇଥିବା ବେଳେ ଅନ୍ୟ ଜଣେ ୩୨ ବର୍ଷର । ଏହି ମାମଲାର ଫଇସଲା କରିବାକୁ ଯାଇ ମହିଳା ଜଜ୍ ମାତ୍ର ୧୧ ମିନିଟ୍ ଦୁଷ୍କର୍ମ ହୋଇଛି ବୋଲି କହିଥିଲେ ।

୧୭ ବର୍ଷିୟ ଅଭିଯୁକ୍ତକୁ କୌଣସି ସଜ୍ଜା ଶୁଣାଯାଇନଥିବା ବେଳେ ୩୨ ବର୍ଷିୟ ଅଭିଯୁକ୍ତକୁ ଦିଆଯାଇଥିବା ୫୧ ମାସର ସଜ୍ଜାକୁ କମ୍ କରି ୩୬ ମାସ କରିଦିଆଯାଇଛି । ତେଣୁ ଲୋକମାନେ ଏହାକୁ ଖୁବ୍ ଜୋରରେ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଜଜ୍ ପୀଡିତାଙ୍କୁ ନେଇ ଖୁବ୍ ଖରାପ କମେଣ୍ଟ ମଧ୍ୟ କରିଥିଲେ । ସେ କହିଥିଲେ ଯେ, ନିଶ୍ଚୟ ପୀଡିତା ଅଭିଯୁକ୍ତ ମାନଙ୍କୁ କୌଣସି ଇସାରା ଯଦ୍ୱାରା ଅଭିଯୁକ୍ତ ମାନଙ୍କ ସାହସ ବଢ଼ିଥିବ । ଏହା ଏକ ଖୁବ୍ ସାଧାରଣ ଭୁଲ୍ ।

କୁହାଯାଉଛି ଯେ, ମହିଳା ଜଣକ ଦୁଇ ଅଭିଯୁକ୍ତଙ୍କ ସହିତ ଏକ ନାଇଟ୍ କ୍ଲବ୍ ରେ ଭେଟି ଥିଲେ । ତେଣୁ ଜଜ୍ କହିଥିଲେ, ପୀଡ଼ିତା ପୂର୍ବରୁ ଦୁଇ ଅଭିଯୁକ୍ତଙ୍କ ସହିତ ନାଇଟ୍ କ୍ଲବ୍ ରେ ଦେଖାହୋଇଥିଲେ ଏବଂ ଟଏଲେଟ୍ ଯିବା ସମୟରେ ସେମାନଙ୍କୁ ଏକ ଇସାରା କରିଥିଲେ ।

Get real time updates directly on you device, subscribe now.