fbpx

ଆଖି ଡେଇଁବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହନ୍ତି ବୈଜ୍ଞାନିକ

ଆଖି ଡେଇଁବା ବା ଫଡ ଫଡ ହେବା ଅନେକ ଲୋକଙ୍କ ପାଇଁ ଶୁଭ ତ’ ଆଉ କେତେକଙ୍କ ପାଇଁ ଅଶୁଭର ସଂକେତ ହୋଇଥାଏ ବୋଲି ଧରାଯାଏ । ଅନେକ ଲୋକ ଏହାର ମହତ୍ତ୍ବ ଦେଇଥାନ୍ତି ଓ ଆଉକିଛି ଲୋକ ଏହାକୁ ଏଡାଇ ଥାନ୍ତି । ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ। ଏହି ପ୍ରଥାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ଦେଖିବାକୁ ମିଳିଥାଏ। କେଉଁମାନେ ଭାବନ୍ତି ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ।

ବିଭିନ୍ନ ସ୍ଥାନକୁ ନେଇ ଏ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ଆଖି ଡେଇଁବା କେବେ କିଛି ମୁହୂର୍ତ୍ତ ପାଇଁ ହୁଏ ତ କେବେ ଗୋଟେ କିମ୍ୱା ଦୁଇ ଦିନ ଲାଗିଥାଏ। କିଛି ମୁହୂର୍ତ୍ତ ପାଇଁ ଆଖି ଡେଇଁବା ସାଧାରଣ ହୋଇଥାଏ କିନ୍ତୁ ଅଧିକ ସମୟ ପାଇଁ ହେବା ମାରାତ୍ମକ ହୋଇପାରେ।

ବୈଜ୍ଞାନିକଙ୍କ ମତରେ ଏହା ଏକ ସାମାନ୍ୟ ପ୍ରକ୍ରିୟା। ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁ ଥାଏ। ଏହା ଚିକିତ୍ସା ସହ ଜଡ଼ିତ। ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଆମେ ବିଶ୍ୱାସ କରୁ। ମାତ୍ର ଆଖିର ମାଂସପେଶରୀରେ ବକ୍ରତା କିମ୍ବା କୌଣସି ଅସୁବିଧା କାରଣରୁ ଏହା ହୋଇଥାଏ ।

ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୋଚନ ହୋଇଥାଏ। ଆଖିର ଦୂରଦୃଷ୍ଟି ଅଧିକ କଷ୍ଟ ହୋଇଥାଏ। ଆଖି ଡେଇଁବା ଦୃଷ୍ଟିଶକ୍ତି କମିବା ଯୋଗୁଁ ହୋଇଥାଏ। ମଦ୍ୟପାନ ମଧ୍ୟ ଆଖି ଡେଇଁବାର କାରଣ ହୋଇଥାଏ। ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯ଼ାଏ ମାତ୍ର ଏହା ବାରମ୍ବାର ହେଲେ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନେବା ଆବଶ୍ୟକ । ଏପରି ହେଲେ ଭଲ ଭାବରେ ଶୁଅନ୍ତୁ । କାଫିନ ଥିବା କଫି କିମ୍ବା ଅନ୍ୟ ଖାଦ୍ୟ ଖାଆନ୍ତୁ । ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ ପକାନ୍ତୁ ।

Get real time updates directly on you device, subscribe now.