fbpx

Mission Cheetah:୧୯୪୦ ପର୍ଯ୍ୟନ୍ତ ଜୟପୁରରେ ରଖାଯାଉଥିଲା ଚିତା ,ଜାଣନ୍ତୁ ସେତେବେଳେ କଣ କଣ ଖାଉଥିଲା ଚିତା

ନୂଆଦିଲ୍ଲୀ:ଭାରତକୁ ପୁଣି ଥରେ ଚିତା ଫେରିଥିବା ନେଇ ଚର୍ଚ୍ଚା ଜୋରଧରିଛି । ଚିତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ ଅଜିଦ୍ଦିନଙ୍କ ପରିବାର । ତେବେ ଆସନ୍ତୁ ଜାଣିବା ଚିତାଙ୍କୁ ଫେରେଇ ଆଣିବା ପାଇଁ କାହିଁକି ଅନୁରୋଧ କରିଥିଲେ ରାଜ ପରିବାର ?
ବର୍ତମାନ ସାରା ଦେଶରେ ଚିତା ବାଘଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଏହି କିଛି ଦିନ ହେବ ଦେଶକୁ ଫେରିଛନ୍ତି ୮ ଚିତା । ଦେଶର ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ଦିନ ଅବସରରେ ନମିବିୟାରୁ ୮ ଚିତାଙ୍କୁ ଆଣି ମଧ୍ୟପ୍ରଦେଶର ଯୋଦ୍ଧପୁର ସ୍ଥିତ କୁନୋ ପାର୍କରେ ଛାଡିଛନ୍ତି । ସେବେଠାରୁ ହିଁ ଦେଶରେ ଚାଲିଛି ଚିତା ବାଘଙ୍କ ଚର୍ଚ୍ଚା । ହେଲେ ଚିତାଙ୍କ ଫେରିବା ପରେ ଅତ୍ୟନ୍ତ ଖୁସି ହୋଇଛନ୍ତି ଅଜିଦ୍ଦିନଙ୍କ ପରିବାର ଲୋକ । ତେବେ ଦର୍ଶକ ବନ୍ଧୁ ଆପଣ ଭାବୁ୍ଥିବେ ଚିତାଙ୍କ ଫେରିବା ସହ ରାଜ ପରିବାରରେ କାହିଁକି ଏତେ ଉତ୍କଣ୍ଠା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚିତାଙ୍କ ଦେଶକୁ ଆସିବା ଏବଂ ଲୋପ ପାଇବା ପଛରେ ମଧ୍ୟ ରାଜ ପରିବାରର ହାତ ରହିଛି ।

ଇତିହାସର ଅନ୍ୱେଷଣକାରୀଙ୍କ କହିବା ଅନୁଯାୟୀ, ପ୍ରଥମେ ଆଫଗାନିସ୍ଥାନରେ ଚିତାଦାର ରହୁଥିଲେ । ଆଫଗାନିସ୍ଥାନୀଙ୍କ ସହ ମୋଗଲ ରାଜାଙ୍କର ସୁସର୍ମ୍ପକ ଥିଲା । ପରେ ଆଫଗାନିସ୍ଥାନରୁ ଚିତା ଆଣି ମୋଗଲ ରାଜା ଚିତା ପାଳିଥିଲେ । ଔରଙ୍ଗଜେବଙ୍କ ମୃତ୍ୟ ପରେ ଚିତାମାନେ ଅଲବରଙ୍କ ଘରେ ପହଚିଂଲେ । ସେଠାରୁ ତତ୍କାଳୀନ ଜୟପୁରର ରାଜା ଚିତାଙ୍କୁ ଜୟପୁର ଆଣିଥିଲେ । ଜୟପୁରର ଚିତାଦାର ନିଜାମ୍ମଦ୍ଦିନ୍ ତାଙ୍କ ମହଲରେ ଚିତାଙ୍କୁ ରଖିଥିଲେ । ସୂଚନାମୁତାବକ, ୧୮୮୦ ମସିହାରେ ଜୟପୁର ମହାରାଜା ଚିତାଙ୍କର ଉତମ ଯତ୍ନ ନେବା ପାଇଁ ମାସକୁ ୧୦୦ ଟଙ୍କା ଷ୍ଟାଇଣ୍ଡେ ସ୍ଥିର କରିଥିଲେ । ଜୟପୁରରେ ଚିତାଙ୍କୁ ଘରେ ରଖ।ଯାଇଥିଲା । ଏହା ସହ ଚିତାଙ୍କ ପାଇଁ ଉତ୍ତମ ଖାଦ୍ୟ ଯେମିତିକି ମାଂସ, ପନିର, ଗୁଲକନ୍ଦର ବ୍ୟବସ୍ଥା ପ୍ରତିଦିନ କର।ଯାଉଥିଲା ।ତେବେ ସେ ସମୟରେ ରାଜ ପରିବାରକୁ ଅତିଥି ଆସିଲେ ଶଗଡ ଗାଡିରେ ଜଙ୍ଗଲ ଯାଇ ବାଘ ଶିକାର କରିବାର ଡେମୋ ଦେଖ।ଯାଉଥିଲା। ଯାହା ଦ୍ୱାରା ଧୀରେ ଧୀରେ ଚିତା ଲୋପ ପାଇବାକୁ ଲାଗିଲେ।

ସମୟକ୍ରମେ ଚିତା ଶିକାର ବଢିବାକୁ ଲାଗିଲା । ଚିତା ପାଳିବା ସହ ଚିତା ଶିକାର ମଧ୍ୟ ଏକ ସଉକରେ ପରିଣତ ହେବାର ଲାଗିଲା । ଯ।ହାଦ୍ୱାରା ସମସ୍ତ ଚିତା ଲୋପ ପାଇଗଲେ । ଶେଷଥର ପାଇଁ ୬୪୦ ଟଙ୍କା ଦେଇ ଏକ ହଳ ଚିତା ବେଙ୍ଗଲରୁ ଅଣ।ଯାଇଥିଲା । ହେଲେ ନିଜାମ୍ମଦ୍ଦିନଙ୍କ ନାତି ଜହିରଉଦ୍ଦିନଙ୍କ କହିବା ମୁତାବକ ତାଙ୍କ ପିତା ଅଜିଜୁଦ୍ଦିନ ପିଲାଦିନେ ଶେଷ ଥର ପାଇଁ ଚିତା ଦେଖିଥିଲେ । ଏହା ପରେ ଆଇନ ପରିବର୍ତ୍ତନ ହୋଇଥିଲା ଏବଂ ଚିତା ମଧ୍ୟ ଲୋପ ପାଇଥିଲେ । ତେବେ ଚିତା ବାଘକୁ ପୁଣି ଜୟପୁରକୁ ଫେରାଇ ଆଣିବା ପାଇଁ ଅଜିଜୁଦ୍ଦିନ ଦୀର୍ଘ ସମୟ ଧରି ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟ କରିଥିଲେ ହେଲେ ସଫଳ ହୋଇ ପାରିନଥିଲେ ।

ବର୍ତ୍ତମାନ ପୁଣି ଥରେ ଚିତା ଫେରି ଆସିଛନ୍ତି । ୧୯୪୦ ମସିହାର ଲୋପ ପାଇଯାଇଥିବା ଚିତା ପୁଣି ଥରେ ୨୦୨୨ମସିହା ସେପ୍ଟେମ୍ବର ମାସରେ ଭାରତକୁ ଫେରିଛନ୍ତି ।

Get real time updates directly on you device, subscribe now.