fbpx

ଏହି ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ !

ବାହାଘର ପରେ ପୁଅ ଓ ଝିଅଙ୍କ ଭାଗ୍ୟ ଯୋଡି ହୋଇଥାଏ । କିଛି ଲୋକଙ୍କ ଜୀବନ ତାଙ୍କ ପାର୍ଟନରଙ୍କ ଆସିବା ପରେ ବଦଳିଯାଇଥାଏ । ତାଙ୍କ ପଛରେ ପତ୍ନୀଙ୍କର ସହଯୋଗ ଓ ସୌଭାଗ୍ୟ ରହିଥାଏ । ଶରୀରର ରଙ୍ଗ,ରୂପ ଓ ଆକାରକୁ ଆଧାର କରି ଭବିଷ୍ୟତ ବିଷୟରେ କିଛି ସଙ୍କେତ ମିଳିଥାଏ । ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ।

– ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ , ଶରୀରର ରଙ୍ଗ ଗୋରା,ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ଲୋକମାନେ ସଂସାରର ସବୁ ସୁଖ ଭୋଗ କରିଥାନ୍ତି ।

– ଯେଉଁ ସ୍ତ୍ରୀର ଶରୀରର ରଙ୍ଗ ସୁନା ଭଳି ଏବଂ ହାତର ରଙ୍ଗ ପଦ୍ମ ଭଳି ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ ।

– ଯେଉଁ ସ୍ତ୍ରୀର ହାତର ରେଖା ଲାଲ ,ସ୍ପଷ୍ଟ,ଗଭୀର,ଚିକ୍କଣ ,ପୂର୍ଣ୍ଣ ଏବଂ ଗୋଲାକାର ହୋଇଥାଏ ସେହି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ ।

– ଯେଉଁ ସ୍ତ୍ରୀର ଆଙ୍ଗୁଳି ଲମ୍ବା ,ଗୋଲ,ସୁନ୍ଦର ଏବଂ ପତଳା ହୋଇଥାଏ ସେହି ସ୍ତ୍ରୀ ଶୁଭ ହୋଇଥାନ୍ତି ।

– ଯେଉଁ ସ୍ତ୍ରୀର ଦୁଇଟି ଆଖି ହାଲୁକା ଲାଲ , ଆଖି ପିତୁଳାର ରଙ୍ଗ କଳା ଏବଂ ଧଳା ଭାଗ ଗାଇର କ୍ଷୀର ଭଳି ଓ ଆଖିପତାର ରଙ୍ଗ କଳା ହୋଇଥାଏ ସେହି ସ୍ତ୍ରୀମାନେ ସୁଲକ୍ଷଣା ହୋଇଥାନ୍ତି ।

– ଯେଉଁ ସ୍ତ୍ରୀର ରଙ୍ଗ ଗୋରା କିମ୍ବା ଶ୍ୟାମଳ ହୋଇଥାଏ , ମୁହଁ,ଦାନ୍ତ ଏବଂ କପାଳ ଚିକ୍କଣ ହୋଇଥାଏ ସେ ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

– ଯେଉଁ ମହିଳାମାନଙ୍କ ହାତ କୋମଳ ଏବଂ ପାପୁଲି ସାମାନ୍ୟ ଲାଲ ହୋଇଥାଏ ସେ ସ୍ତ୍ରୀଲୋକମାନେ ସୈାଭାଗ୍ୟବତୀ ଏବଂ ଧନବତୀ ହୋଇଥାନ୍ତି ।

Get real time updates directly on you device, subscribe now.