fbpx
BJD SKY
BJD SKY

ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌: ଶକ୍ତିଶାଳୀ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି କ୍ୱାର୍ଟରରେ ଭାରତ

BJD

ପୋଚେଫଷ୍ଟୁମ (ଦକ୍ଷିଣ ଆଫ୍ରିକା): ଜର୍ମାନୀକୁ ପରାସ୍ତ କରି ଭାରତ ଏଠାରେ ଚାଲିଥିବା ଚଳିତ ଏଫଆଇଏଚ ମହିଳା ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଶନିବାର ଗ୍ରୁପ୍ ଡି’ର ପ୍ରଥମ ମ୍ୟାଚରେ ୱେଲ୍ସକୁ ୫-୧ ଗୋଲରେ ପରାସ୍ତ କରିଥିବା ଭାରତ ରବିବାର ଦିନ ଶକ୍ତିଶାଳୀ ଜର୍ମାନୀକୁ ୨-୧ ଗୋଲରେ ହରାଇ ବଡ ସଫଳତା ପାଇଛି । ଭାରତ ପକ୍ଷରୁ ଲାଲରେମସିଆମି ଓ ମମତାଜ୍‌ ଖାନ୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେହିପରି ଭାରତୀୟ ମହିଳା ଦଳର ଗୋଲ ରକ୍ଷକ ବିଚୁ ଦେବୀ ଜର୍ମାନୀ ଦଳର ଏକାଧିକ ଗୋଲ ସ୍କୋର ଉଦ୍ୟମକୁ ଭଣ୍ଡୁର କରି ଭାରତର ବିଜୟ ପାଇଁ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇ ଥିଲେ । ମ୍ୟାଚର ଦୁଇତମ ମିନିଟ ବେଳେ ଭାରତ ପାଇଥିବା ପ୍ରଥମ ପେନାଲ୍ଟି କର୍ଣ୍ଣର ସୁଯୋଗକୁ ସଠିକ କାର୍ଯ୍ୟକାରୀ କରି ଜର୍ମାନୀ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଜର୍ମାନୀ ଦଳ ଘନଘନ ଆକ୍ରମଣ କରି ଥିଲେ ହେଁ ଭାରତୀୟ ଦଳର ରକ୍ଷଣ ଭାଗ ଖେଳାଳି କୌଣସି ସୁଯୋଗ ଦେଇ ନ ଥିଲେ । ଜର୍ମାନୀ ଗ୍ରୁପର୍ଯ୍ୟାୟର ପ୍ରଥମ ମ୍ୟାଚରେ ମାଲେସିୟାକୁ ୧୦-୦ ଗୋଲରେ ହରାଇ ଥିଲେ ହେଁ ଭାରତ ବି କ୍ଷ ମ୍ୟାଚରେ ଅନୁରୂ ସଫଳତା ହାସଲ କରି ପାରି ନ ଥିଲେ । ତେବେ ମ୍ୟାଚର ୨୫ତମ ମିନିଟ ବେଳେ ମମତାଜ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିବା ପରେ ଜର୍ମାନୀ ଦଳ ହତାଶ ହୋଇ ପଡିଥିଲେ । ମାତ୍ର ଫାଇନାଲ କ୍ୱାର୍ଟରରେ ଜୁଲି ବ୍ଳିୟୁଲ ଜର୍ମାନୀ ପାଇଁ ଏକମାତ୍ର ସାନ୍ତ୍ୱନା ମୂଳକ ଗୋଲ ସ୍କୋର କରି ଥିଲେ । ଭାରତୀୟ ଗୋଲ ରକ୍ଷକ ବିଚୁ ଦେବୀ ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଥିବା ବେଳେ ମଙ୍ଗଳବାର ଦିନ ଭାରତ ତୃତୀୟ  ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ମାଲେସିୟା ସହିତ ମୁକାବିଲା କରିବ ।

Get real time updates directly on you device, subscribe now.