fbpx

୧୧ବର୍ଷୀୟ ବାଳକ ପାଇଁ ଦେବଦୂତ ସାଜିଲେ କେ.ଏଲ୍ ରାହୁଲ, ଗୁରୁତର ଅପରେସନ୍ ପାଇଁ ଦାନ କଲେ ୩୧ ଲକ୍ଷ ଟଙ୍କା

ବେଙ୍ଗାଲୁର: ଆଜିର ଦୁନିଆରେ ବିପଦ ବେଳେ ପରକୁ ସାହାଯ୍ୟ କରିବା ପରି ଲୋକ ମିଳିବା କଷ୍ଟକର । କାରଣ ଭିନ୍ନ ମାର୍ଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିବେ ନାହିଁ । ମାତ୍ର ଅନ୍ୟକୁ ସାହାଯ୍ୟ କରିବା ଅତି କଷ୍ଟକର । ମାତ୍ର ଭାରତୀୟ କ୍ରିକେଟର କେଏଲ ରାହୁଲ ଜଣେ ୧୧ ବର୍ଷୀୟ ଛାତ୍ରର ଗୁରୁତର ଅସ୍ତ୍ରୋପଚାର ପାଇଁ ୩୧ ଲକ୍ଷ ଟଙ୍କା ଦାନ କରି ଏ କ୍ଷେତ୍ରରେ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ମୁମ୍ବାଇର ପଞ୍ଚମ ଷ୍ଟାଣ୍ଡାର୍ଡରେ ଅଧ୍ୟୟନ କରୁଥିବା ୧୧ ବର୍ଷୀୟ ଛାତ୍ର ଭରଦଙ୍କର ରକ୍ତ ଡିଜଅର୍ଡର ଯୋଗୁ ତାଙ୍କର ତୁରନ୍ତ ବୋନ ମାରୋ ଟ୍ରାନ୍ସ ପ୍ଲାଣ୍ଟ କରିବା ଆବଶ୍ୟକ ପଡୁଥିଲା । ଗତ ବର୍ଷ ଡିସେମ୍ବର ମାସରୁ ସେ ମୁମ୍ବାଇର ଯଶଲୋକ ହସପିଟାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ଏଥିପାଇଁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏକାକୀ କେଏଲ ରାହୁଲ ୩୧ ଲକ୍ଷ ଟଙ୍କା ଦାନ କରି ବଡ ମହତ କାର୍ଯ୍ୟ କରିଛନ୍ତି । ଜଣେ ବାଳକର ଜୀବନ ବଞ୍ଚାଇବା ପାଇଁ କେଏଲ ରାହୁଲଙ୍କର ଏପରି ମାନବିକତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ସବୁଠାରୁ ଅଧିକ ଖୁସିର ବିଷୟ ହେଲା ଯେ ଭରଦଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହି ସମସ୍ୟାରେ ପଡିଥିବା ୧୧ ବର୍ଷୀୟ ବାଳକ ଭରଦ ଭବିଷ୍ୟତରେ ଜଣେ କ୍ରିକେଟର ହେବାକୁ ବଡ ଅଭିଳାଷ ରଖିଛନ୍ତି । ମାତ୍ର ଏପରି ଏକ ବିପତିରୁ ଉଦ୍ଧାର ହେବା ତାଙ୍କ ପାଇଁ ବଡ ଚାଲେଞ୍ଜ ଥିବା ବେଳେ କେଏଲ ରାହୁଲଙ୍କ ବଦାନ୍ୟତା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.