fbpx

କବିବର ରାଧାନାଥଙ୍କ ଧୁଡ଼ିଖୋଲ ସ୍ମୃତିସ୍ତମ୍ଭ ଅବହେଳିତ, ସଂସ୍କୃତି ବିଭାଗର ଅଣଦେଖା

ଓଡ଼ିଶା ଭାସ୍କର ବ୍ୟୁରୋ: କବିବର ରାଧାନାଥ ରାୟଙ୍କ ଏକ ସ୍ମୃତିସ୍ତମ୍ଭ ଅବହେଳିତ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନିଆଯାଉନି। ଫଳରେ ଉତ୍କଳର ଅନ୍ୟତମ ବରପୁତ୍ରଙ୍କ ସ୍ମୃତି ହଜିଯିବାକୁ ବସିଛି! ଦେବଗଡ଼ ଓ ସମ୍ବଲପୁରର କୁଚିଣ୍ଡା ରାସ୍ତାରେ ଯିବାବେଳେ ଧୁଡ଼ିଖୋଲରେ ଏହି ସ୍ମୃତିସ୍ତମ୍ଭ ଦେଖିବାକୁ ମିଳିବ। କବିବର ରାଧାନାଥ ଏଠାରେ ବସି ବିଶ୍ରାମ ନେଇଥିଲେ ଏବଂ ପରେ ଶିରିଡ଼, କୁଚିଣ୍ଡା ହୋଇ କେଶେଇବାହାଲରେ ସରେଇ ଘରେ ରାତ୍ରି  ଯାପନ କରିଥିଲେ। ତାପରେ ଗୋବିନ୍ଦପୁର  (ବାମଡ଼ା ଷ୍ଟେସନ )ରୁ ବାଲେଶ୍ଵର ଗସ୍ତ କରିଥିଲେ। ତେବେ ଏହାର ୪ଦିନ ପରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଦେଲେ। ଏହା ରାଜାଙ୍କୁ ବ୍ୟଥିତ କରିଥିଲା । କବିବରଙ୍କ ବିୟୋଗରେ ମର୍ମାହତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଦ୍ଵାରା ନିର୍ମିତ ହୋଇଥିଲା ସ୍ମୃତିସ୍ତମ୍ଭ। ଯାହା ଏବେ ଅବହେଳିତ ଅବସ୍ଥାରେ ରହିଛି।

ରାଧାନାଥ ରାୟଙ୍କ ସହ ତାଙ୍କ ପୁଅ ଶଶୀଭୂଷଣ ଦେବଗଡ଼ ଭ୍ରମଣରେ ଆସି ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ରାଜ ଅତିଥି ଭାବରେ ସାତ ଆଠ ଦିନ ରହିଥିଲେ। ଯିବା ପାଇଁ ରାଜା ତାଙ୍କର ବିଶେଷ ଶଗଡ଼ଟି ଦେଲେ। ସେତେବେଳେ ରାସ୍ତା ନାମକୁ ମାତ୍ର ଥାଏ। ଏଣୁ ବଳଦଟି ଧୁଡ଼ିଖୋଲ ପାଖରେ ପଥରରେ ଝୁଣ୍ଟି ପଡ଼ି ରକ୍ତ କ୍ଷରଣ ହେହାରୁ ଦୟାବହି ପିତା-ପୁତ୍ର ଚାଲି ଚାଲି ଗଲେ। ଭାରୁଆ ଆଗରେ ଯାଇ ଆଉ ଗୋଟିଏ ଶଗଡ଼ ବ୍ୟବସ୍ଥା କରିବାକୁ ଗଲେ । ପିତାପୁତ୍ର ଧୁଡ଼ିଖୋଲର ସେଇ ସୁଶୀତଳ ଝରଣା ନିକଟରେ ଆମ୍ବ ଗଛମୂଳେ ବିଶ୍ରାମ ନେଇଥିଲେ। ସେତିକିବେଳେ ଶିରିଡ଼ ଗ୍ରାମବାସୀ ଆସି ସେମାନଙ୍କୁ ପାଛୋଟି ନେଲେ । ସେଦିନ ରାତିରେ ଶିରିଡ଼ ସରାଇ ଘରେ ରହିଲେ କବିବର ଓ ପୁତ୍ର। ପରଦିନ କୁଚିଣ୍ଡା, କେଶେଇବାହାଲ ଓ ଗୋବିନ୍ଦପୁରରେ ରହି କଟକ ଗଲେ। କଟକରେ ସେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ପରଲୋକରେ ରାଜା ସଚ୍ଚିଦାନନ୍ଦ ଦୁଃଖ ପ୍ରକାଶ କରି ଏହି ସ୍ମୃତି ମଣ୍ଡପ ନିର୍ମାଣ କରିଥିଲେ।

ଏହି ସ୍ତମ୍ଭରେ ଲିଖିତ କିଛି ଶବ୍ଦ :

ଭାରବାହୀ ବଳି ବର୍ଦ = ବଳଦ
ପଦ ଖଞ୍ଜ = ପାଦରେ ଆଘାତ
ଆତ୍ମଜ= ପୁତ୍ର

Get real time updates directly on you device, subscribe now.