fbpx

ସବୁ ସାରି ଦେଲା ମୂଷା, କାଟିଦେଲା ବ୍ୟାଗରେ ଥିବା ୨ ଲକ୍ଷ ଟଙ୍କା, ଏବେ କେମିତି ହେବ ଅପରେସନ

ମେହବୁବାବାଦ୍: ଟଙ୍କା ନଷ୍ଟ ହେବାର ବିଭିନ୍ନ କାରଣ ବିଷୟରେ ଆପଣମାନେ ନିଶ୍ଚୟ ଜାଣିଥିବେ । ଯେମିତିକି ବ୍ୟବସାୟରେ କ୍ଷତି, ଠକେଇ କରି ଲୁଟିବା ଏମିତି ଅନେକ କିଛି । ତେବେ ତେଲେଙ୍ଗାନାରେ ଥିବା ଜଣେ କୃଷକଙ୍କର ଯେଉଁଭଳି ଭାବରେ ଟଙ୍କା କ୍ଷତି ହୋଇଛି ତାକୁ ଶୁଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକୃତ କଥା ହେଉଛି ଏଠାରେ ରହୁଥିବା ଜଣେ କୃଷକ ବ୍ୟାଗ୍ ରେ ରଖିଥିବା ଟଙ୍କାକୁ ମୂଷା କାଟିଦେଇଛନ୍ତି । ଆଉ ଏହାର ପରିମାଣ ଶହେ କି ହଜାରେ ନୁହେଁ ବରଂ ପୂରା ୨ ଲକ୍ଷ ଟଙ୍କା । କୃଷକ ଜଣକ ଗୋଟିଏ କପଡା ବ୍ୟାଗ୍ ରେ ଟଙ୍କାକୁ ରଖି ଆଲମାରୀରେ ରଖିଥିବା ବେଳେ ମୂଷା ଏଭଳି କାଟିଦେଇଥିବା ଜଣାପଡ଼ିଛି । ଉକ୍ତ କୃଷକଙ୍କ ନାଁ ହେଉଛି ରେଡ୍ଡୀ ନାୟକ ।

ତାଙ୍କ କହିବାନୁସାରେ, ସେ କିଛି ଟଙ୍କା ପରିବା ବିକ୍ରି କରି ଓ କିଛି ସମ୍ପର୍କିୟଙ୍କ ଠାରୁ ଆଣିଥିଲା । ଆଉ ଏହାକୁ ସେ ତାର ପେଟ ଅପରେସନ୍ ରେ ଲଗାଇପାରିବ । ଏହାର ପରିମାଣ ଦୁଇ ଲକ୍ଷ ଟଙ୍କା ରହିଥିବା ବେଳେ ଏହାକୁ ସେ ଆଲମାରୀରେ ରଖି ତାଲା ପକାଇଥିଲା । ହେଲେ ଗୋଟିଏ ଦିନ ପରେ ସେ ଯେତେବେଳେ ନିଜର ବ୍ୟାଗ୍ କୁ ଖୋଲି ଦେଖିଥିଲା ସେଥିରେ ଥିବା ସବୁ ଟଙ୍କା ଚିରା ହୋଇଛି ଏବଂ ଟୁକୁରା ହୋଇ ରହିଛି ।

ତେବେ ସେ ଏନେଇ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲା । ହେଲେ ସବୁ ବ୍ୟାଙ୍କ୍ ଅଧିକାରୀ ଏହାକୁ ଫେରାଇବାକୁ ସଫା ସଫା ମନାକରିଦେଇଥିଲେ । କିନ୍ତୁ ବ୍ୟାଙ୍କ କର୍ମଚାରୀ ତାକୁ ହାଇଦ୍ରାବାଦ୍ ରେ ଥିବା ଆରବିଆଇ ଶାଖା ସହିତ ସମ୍ପର୍କ କରିବାକୁ ପରାମର୍ଶ କରିଥିଲେ ।

Get real time updates directly on you device, subscribe now.