fbpx

୧୬୩ କୋଟିର ବେଆଇନ୍ ଡ୍ରଗ୍ସରେ ନିଆଁ ଲଗାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବେଆଇନ ଡ୍ରଗ୍ସ ବିରୋଧରେ ଜିରୋ-ଟଲରାନ୍ସ ବାର୍ତ୍ତା ଦେବାକୁ ଯାଇ ଜବତ ହୋଇଥିବା ପ୍ରାୟ ୧୬୩ କୋଟି ଡ୍ରଗ୍ସରେ ନିଜେ ନିଆଁ ଲଗାଇ ଏହାକୁ ନଷ୍ଟ କରିଛନ୍ତି । ସତ୍ତାକୁ ଫେରିବା ପରେ ତାଙ୍କ ସରକାର ବେଆଇନ ମାଦକ ପଦାର୍ଥ ଜବତ ଏବଂ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ।

ରବିବାର ଏକ କାର୍ଯ୍ୟକ୍ରମରେ ଶର୍ମା କହିଥିଲେ ଯେ ବେଆଇନ ଡ୍ରଗ୍ସ ବ୍ୟାପାର ଏକ ମହାମାରୀ ଏବଂ ଏଥିରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ୍ । ଏହା ଯୁବକଙ୍କୁ ପ୍ରଭାବିତ କରିଥାଏ ତାଙ୍କର ପରିବାରକୁ ନଷ୍ଟ କରିଥାଏ ଏବଂ ଅନ୍ୟ ସାମାଜିକ ପ୍ରାର୍ଦୁଭାବକୁ ମଧ୍ୟ ଜନ୍ମ ଦେଇଥାଏ ।

ସେ ଆହୁରି କହିଥିଲେ ପଦ ଗ୍ରହଣ ପରେ ଏହି ବେପାରକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ୧୦ରୁ ୧୫ ଜୁଲାଇ ମଧ୍ୟରେ ରାଜ୍ୟ ପୋଲିସ ଏନଡିପିଏସ ଅଧିନିୟମ ଅନୁଯାୟୀ ୮୭୪ ମାମଲା ରୁଜୁ କରିଛି, ରାଜ୍ୟରୁ ୧୪୯୩ ଡ୍ରଗ ଡିଲରଙ୍କୁ ଗିରଫ କରିଛି ଏବଂ ପ୍ରାୟ ୧୬୩ କୋଟିର ସାମଗ୍ରୀ ଜବତ କରିଛି ।

Get real time updates directly on you device, subscribe now.