fbpx
BSKY
BJD YOUTH SKY
BJD MS SKY

ଭାରତୀୟଙ୍କ ସହିତ କର ଏମିତି କାମ; ତାଲିବାନୀ ଆତଙ୍କୀଙ୍କୁ ମିଳିଲା ଆଦେଶ

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସେନାଙ୍କ ଗୃହଦାହ ଲାଗି ରହିଥିବା ବେଳେ ସେଠାରେ ଅବସ୍ଥିତ ଭାରତୀୟଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି ହୋଇଛି । ଆମେରିକୀୟ ସେନା ପାକିସ୍ତାନ ଛାଡିବାକୁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଯୁଦ୍ଧଭୂମିରେ ପରିଣତ ହୋଇଛି ଆଫଗାନିସ୍ତାନ । ପଡୋଶୀ ରାଷ୍ଟ୍ରରେ ଏପରି ପରସ୍ଥିତିର ସୁଯୋଗ ନେଇ ପୁନର୍ବାର ଭାରତୀୟଙ୍କୁ ଟାର୍ଗେଟ କରିବାର ଲକ୍ଷ୍ୟ ରଖିଛି ପାକିସ୍ତାନ । ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇର ୧୦ ହଜାର ଆତଙ୍କୀ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି । ଆଫଗାନ ସରକାରଙ୍କ ବିରୋଧରେ ଲଢେଇ ପାଇଁ ତାଲିବାନୀ ଆତଙ୍କୀଙ୍କୁ ପାକିସ୍ତାନ ସହାୟତା କରୁଛି ।

ଏପରି ସ୍ଥଳେ ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ଅବସ୍ଥିତ ଭାରତୀୟ ମାନଙ୍କୁ ଟାର୍ଗେଟ କରିବା ପାଇଁ ଆଇଏସଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆଫଗାନିସ୍ତାନରେ ରହିଥିବା ନିଜର ସମସ୍ତ ଦୂତାବାସକୁ ଭାରତ ବନ୍ଦ କରି ଦେଇଛି । ୫୦ରୁ ଅଧିକ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରାଇ ଆଣିଥିଲେ ଭାରତ ସରକାର । ଏହା ସହିତ ୨୦୦୧ରେ ତାଲିବାନ ମୂଳତ୍ପୋଟନ ହେବା ପରେ ଆଫଗାନିସ୍ତାନର ବିକାଶ ପାଇଁ ଭାରତ ୩ ବିଲିୟନ୍ ଡଲାର ଖର୍ଚ୍ଚ କରିଛି । ଭାରତ ୨୧୮ କିମିର ରାସ୍ତା ନିର୍ମାଣ କରିଥିବା ବେଳେ ୨୦୧୫ରେ ସଲମା ଡ୍ୟାମ ନିର୍ମାଣ କରିଥିଲା ଭାରତ । ତେବେ ପୁନର୍ବାର ତାଲିବାନ କ୍ଷମତାକୁ ଫେରୁଥିବା ବେଳେ ଭାରତର ଆଭିମୁଖ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଏହା ସହିତ ଆଫଗାନିସ୍ତାନରେ କାମ କରୁଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ବାହାରି ଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଭାରତୀୟ ଦୂତାବାସକୁ ବନ୍ଦ ରଖାଯାଇଥିବା ବେଳେ ମଜର ଏ ଶରିଫ୍ ଓ କାବୁଲ ସ୍ଥିତ ଦୂତାବାସ ବନ୍ଦ କରାଯାଇନାହିଁ । ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ସମସ୍ତଙ୍କୁ ଭାରତ ଫେରାଇ ଅଣାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.