fbpx

୮୯ ବର୍ଷ ପରେ ଚୀନକୁ ଫେରିଲା ମଙ୍କି ବି ଭାଇରସ୍, ସଂକ୍ରମଣ ପରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଚୀନରେ ଚିହ୍ନଟ ହୋଇଛି ପ୍ରଥମ ମଙ୍କି ବି ଭାଇରସ୍ ସଂକ୍ରମିତ । ଆଉ ଏହି ଭାଇରସ୍ ରେ ଆକ୍ରାନ୍ତ ହେବାପରେ ଉକ୍ତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବେଜିଂରେ ରହୁଥିବା ଜଣେ ପଶୁ ଚିକିତ୍ସକଙ୍କ ଠାରେ ଏହି ମଙ୍କି ବି ଭାଇରସ୍ ବ୍ୟାପିଥିବା ଜଣାପଡ଼ିଛି । ଆଶ୍ୱସ୍ତିର କଥା ହେଉଛି ସଂକ୍ରମିତଙ୍କ ପରିବାର ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି ।

୫୩ ବର୍ଷିୟ ପ୍ରାଣୀ ଚିକିତ୍ସକ, ଯିଏ ଅଣମାନବ ପ୍ରାଇମେଟସ୍ ଉପରେ ଅନୁସନ୍ଧାନ କରୁଥିବା ଏକ ସଂସ୍ଥା ପାଇଁ କାମ କରୁଥିଲେ ତାଙ୍କୁ ଏହି ମାରାତ୍ମକ ଭାଇରସ୍ କବଳିତ କରିଥିଲା । ତେବେ ଏହି ଅନୁସନ୍ଧାନରେ ସେ ଦୁଇଟି ମୃତ ମାଙ୍କଡକୁ କାଟି ରିସର୍ଚ୍ଚ କରିବାର ଏକ ମାସ ପରେ ତାଙ୍କର ବାନ୍ତି ଏବଂ ଅନ୍ୟାନ୍ୟ ଲକ୍ଷଣମାନ ଦେଖାଦେଇଥିଲା । ଚୀନର ସିଡିସି ୱିକଲି ଇଂଲିଶ ପ୍ଲାଟଫର୍ମ ଅଫ୍ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଟ ପ୍ରିଭେନସନ୍ ଏନେଇ ଖୁଲାସା କରିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରାଣୀ ଚିକିତ୍ସକ ଜଣକ ଅନେକ ଡାକ୍ତରଖାନାରେ ଚିକିତ୍ସା ଲୋଡିଥିଲେ ଏବଂ ଶେଷରେ ମେ ୨୭ ରେ ମୃତ୍ୟୁ ବରଣ କରିଥିଲେ। ଏଥିରେ କୁହାଯାଇଛି ଯେ ଚୀନରେ ପୂର୍ବରୁ କୌଣସି ସାଂଘାତିକ କିମ୍ବା କ୍ଲିନିକାଲ୍ ସ୍ପଷ୍ଟ ସଂକ୍ରମଣ ହୋଇନଥିଲା । ତେଣୁ ଚୀନର ଏହି ମାମଲା ପ୍ରଥମ । ପୂର୍ବରୁ ଏହି ମାମଲା ୧୯୩୨ ମସିହାରେ ସାମନାକୁ ଆସିଥିଲା । ଏହା ସିଧାସଳଖ ଯୋଗାଯୋଗ ଏବଂ ଶାରୀରିକ ସମ୍ବନ୍ଧ ମାଧ୍ୟମରେ ବ୍ୟାପିଥାଏ । ଏହି କାରଣରୁ ଏହାର ମୃତ୍ୟୁ ହାର ୭୦ ପ୍ରତିଶତରୁ ୮୦ ପ୍ରତିଶତ ଅଟେ ।

Get real time updates directly on you device, subscribe now.