fbpx

ଭାରତ ସମ୍ମୁଖରେ ରନର ୨୬୩ ବିଜୟ ଲକ୍ଷ୍ୟ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀଲଙ୍କା । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ୨୬୨ ରନ୍ ସଂଗ୍ରହ କରିଛି । ଶ୍ରୀଲଙ୍କା ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ ପାଇଥିଲେ ହେଁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ପାରିନଥିଲେ । ଚମିରା କରୁଣାରତ୍ନେ ସର୍ବାଧିକ ୪୩ ରନ୍ କରିଥିବା ବେଳେ ଅଧିନାୟକ ଦାସୁନ୍ ଶଣକା ୩୯ ରନ୍ କରିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ପ୍ରଥମ ୱିକେଟରେ ୪୯ ରନ୍ ଯୋଡିଥିଲେ । ତେବେ ଅଭିଷ୍କା ଫର୍ଣ୍ଣାଣ୍ଡୋ(୩୨)ଙ୍କୁ ଆଉଟ କରି ଚହଲ ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ଗୋଟିଏ ଓଭରରେ କୁଲଦୀପ ଯାଦବ ଦୁଇଟି ୱିକେଟ ଅକ୍ତିଆର କରି ଶ୍ରୀଲଙ୍କାର ରନ ଗତିରେ ଅଙ୍କୁଶ ଲଗାଇଥିଲେ । ମଧ୍ୟକ୍ରମରେ ଚାରିଥ ଆସାଲଙ୍କା (୩୮) ଓ ଶଣକା(୩୯)ଙ୍କ ମଧ୍ୟରେ ୪୯ ରନର ପାର୍ଟନରଶିପ୍ ହୋଇଥିଲା । ଶେଷ ଆଡକୁ ଚମିରା କରୁଣାରତ୍ନେ ୩୫ ବଲରୁ ଅପରାଜିତ ୪୩ ରନ୍ କରିବାରୁ ଦଳ ୨୫୦ ରନ୍ ପାର କରିଥିଲା ।
ଭାରତ ପକ୍ଷରୁ କୃଣାଲ ପାଣ୍ଡ୍ୟା ୧୦ ଓଭରରେ ମାତ୍ର ୨୬ ରନ୍ ବ୍ୟୟ କରି ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଦୀପକ ଚହର, କୁଲଦୀପ ଯାଦବ ଓ ଚହଲ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.