fbpx

ଫାଟିଲା ଅକ୍ସିଜେନ୍ କନସେଣ୍ଟ୍ରେଟର, ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ନୂଆଦିଲ୍ଲୀ: ଖରାପ ଅକ୍ସିଜେନ କନସେଣ୍ଟ୍ରେଟର ବ୍ୟବହାର କରିବା ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି । ଅକ୍ସିଜେନ କନସେଣ୍ଟ୍ରେଟର ବିସ୍ଫୋରଣରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ ସ୍ୱାମୀ ହେଲେ ଗୁରୁତର । ଘଟଣା ଘଟିଛି ରାଜସ୍ଥାନ ଗଙ୍ଗାପୁରର ଉଦାଇ ମୋର ଅଞ୍ଚଳରେ । ଯେଉଁଠାରେ କୋଭିଡ ରୋଗୀ ସୁସ୍ଥ ହେବା ପାଇଁ ବ୍ୟବହାର କରୁଥିବା ଅକ୍ସିଜେନ କନସେଣ୍ଟ୍ରେଟର ବିସ୍ପୋରଣ ଘଟିଥିଲା ।

ସୂଚନା ଅନୁଯାୟୀ, ଆଇଏଏସ ହର୍ଷହାୟ ମୀନାଙ୍କ ଭାଇ ସୁଲତାନ ସିଂହ ଦୁଇ ମାସ ଧରି କୋଭିଡ୍ ଯୋଗୁଁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କ ପାଇଁ ଏକ ଅକ୍ସିଜେନ କନସେଣ୍ଟ୍ରେଟର ବ୍ୟବସ୍ଥା କରାଯାଇଥିଲା । ଏହା ସହ ସୁଲତାନଙ୍କ ପତ୍ନୀ ସନ୍ତୋଷ ମୀନା ତାଙ୍କର ଯତ୍ନ ମଧ୍ୟ ନେଉଥିଲେ ।

ତେବେ ଶନିବାର ସକାଳେ ଯେତେବେଳେ ତାଙ୍କ ପତ୍ନୀ ସନ୍ତୋଷ ଲାଇଟ୍ ଚାଲୁ କରିଥିଲେ ସେତେବେଳେ ହଠାତ୍ ଅକ୍ସିଜେନ କନସେଣ୍ଟ୍ରେଟରରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଉକ୍ତ ମେସିନରୁ ଅକ୍ସିଜେନ ଲିକ୍ ହେଉଥିଲା ଏବଂ ପୁରା ଘରେ ଏହା ଖେଳିଯାଇଥିଲା । ଆଉ ଯେତେବେଳେ ଲାଇଟ ସୁଇଚ୍ ଅନ କରାଯାଇଥିଲା ସେଥିରେ ନିଆଁ ଲାଗିଯାଇଥିଲା ।

ବିସ୍ଫୋରଣର ଶବ୍ଦ ଶୁଣି ପାଖ ପଡ଼ୋଶୀ ଦମ୍ପତିଙ୍କୁ ନିଆଁରୁ ଉଦ୍ଧାର କରିଥିଲେ । ତେବେ ସନ୍ତୋଷଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିବାବେଳେ ସୁଲତାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମୟରେ ତାଙ୍କର ଦୁଇ ପୁତ୍ର ଘରେ ନଥିବାରୁ ରକ୍ଷା ପାଇଯାଇଥିଲେ । ପୋଲିସ୍ ଘଟଣାର ମାମଲା ରୁଜୁ କରି ଅକ୍ସିଜେନ କନସେଣ୍ଟ୍ରେଟର ଯୋଗାଇଥିବା ଯୋଗାଣକାରୀ ବିଷୟରେ ଦୋକନୀଙ୍କୁ ପଚରାଉଚରା କରିଛି ।

Get real time updates directly on you device, subscribe now.