fbpx

ଶିଳ୍ପୀ ହାତର ଯାଦୁଗରୀ, ଆଶ୍ଚର୍ଯ୍ୟ ହୋଇଯାଉଛି ସାରା ବିଶ୍ଵ; ଦେଖନ୍ତୁ ଆପଣ ବି…

ଓଡ଼ିଶା ଭାସ୍କର ବ୍ୟୁରୋ: କଳା ଈଶ୍ଵରଙ୍କ ପ୍ରଦତ୍ତ। ସେ ଯେଉଁ ଭଳି କଳାକାର ହୁଅନ୍ତୁ, ସବୁ ଈଶ୍ଵରଙ୍କ ପ୍ରାପ୍ତି ବୋଲି କୁହାଯାଏ। ହେଲେ ଶିଳ୍ପୀ ନିଜର କଳାକୁ ନିରନ୍ତର ସାଧନା ବଳରେ ଅପରୂପ କରିପାରେ, ଅନ୍ୟଠୁ ନିଆରା ବୋଲି ପ୍ରତିପାଦନ କରିପାରେ। ଠିକ୍‌ ସେହିପରି ସାରା ବିଶ୍ଵ ଯାହାର ହାତର ଯାଦୁଗରୀ ସ୍ପର୍ଶ ଦେଖିବାକୁ ଚାହିବସନ୍ତି, ସେ ହେଉଛନ୍ତି ଜଣେ ମେକଅପ୍‌ ଆର୍ଟିଷ୍ଟ୍। ତେବେ ୩-ଡି କଳାରେ ସିଦ୍ଧହସ୍ତ ଶିଳ୍ପୀ ଜଣଙ୍କ ଏଭଳି ଦକ୍ଷତା ରଖିଛନ୍ତି ଯେ ତାଙ୍କ କଳାକୃତି ଦେଖିଲେ ଜଣେ ଭ୍ରମରେ ପଡ଼ିପାରେ।

ସେହିପରି ଏହି ମେକଅପ୍‌ ଆର୍ଟିଷ୍ଟଙ୍କ ନିଖୁଣ ନିଆରା କଳା ପ୍ରଦର୍ଶନ ଦେଖି ଅନେକ ଚକିତ ହୁଅନ୍ତି ଆଉ ସେଥିରୁ ମୁହଁ ଫେରାଇ ଆଣିପାରନ୍ତି ନାହିଁ। ଆଉକେତେକ ଅଦ୍ଭୁତ କଳା ଦେଖି ଭୟଭୀତ ମଧ୍ୟ ହୋଇପଡ଼ନ୍ତି। ନିଜର ହାତର ଯାଦୁରେ ଏଭଳି ଚମତ୍କାରିତା ଦେଖାଉଥିବା ଆର୍ଟିଷ୍ଟ ଜଣଙ୍କ ହେଉଛନ୍ତି ମିମି ଚୋଇ। ରହୁଛନ୍ତି କାନାଡ଼ାର ଭାଙ୍କଭୋର୍‌ରେ। କିନ୍ତୁ ନିଜ କଳା ପ୍ରଦର୍ଶନ ପାଇଁ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଲକ୍ଷ ଲକ୍ଷ ଲୋକ ମିମିଙ୍କ ପ୍ରଶଂସକ ରହିଛନ୍ତି। ସେହିପରି ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ ଆର୍ଟିଷ୍ଟ୍‌ ମିମିଙ୍କୁ ମିଳେ ରାଶି ରାଶି ଶୁଭେଚ୍ଛା ଓ ପ୍ରଂଶସା। ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଆଉ ୟୁଟ୍ୟୁବ୍‌ରେ ନିଜର ପତିଆରା ଜାହିର କରିଥିବା ମିମିଙ୍କ ନିଜସ୍ଵ ୱେବ୍‌ସାଇଟ୍‌ ମଧ୍ୟ ରହିଛି। ଭଲ ରୂପେ ଫଟୋ ଗୁଡ଼ିକୁ ଦେଖନ୍ତୁ ଆଉ ମିମିଙ୍କୁ ଅନଲାଇନ୍‌ ଖୋଜି ଥରେ ତାଙ୍କ ସାଇଟ୍ ପରିଦର୍ଶନ କରନ୍ତୁ। ଆପଣ ବି ମିମିଙ୍କ କଳା ପ୍ରେମରେ ପଡ଼ିଯିବେ।

MiMI Choi_Canada Vancvoure

ମିମି ଏମିତି ଆର୍ଟ ସବୁ କରନ୍ତି ଯେ ଲୋକେ ଭ୍ରମିତ ହୋଇପଡ଼ନ୍ତି। ଆଉ ମିମି ମଜା ଉଠାଇଥାନ୍ତି ଓ ଲୋକଙ୍କ ଖୁସିରେ ଆନନ୍ଦ ପାଆନ୍ତି। ସେ ନିଜକୁ ମଧ୍ୟ ବଡ଼ ଚିତ୍ରିତ ଢଙ୍ଗରେ ଚିତ୍ରିତ କରିଆସୁଛନ୍ତି। ସେସବୁ ଦେଖିଲେ ମୁହଁର କେଉଁଠି ଆଖି-କାନ-ନାକ-ଓଠ ରହିଛି ଆଦି ସହଜରେ କହିବା କଷ୍ଟକର ହୋଇପଡ଼େ।

ମିମିଙ୍କ ସାଇଟ୍ ଲିଙ୍କ:

https://www.mimichoimakeup.com/

Get real time updates directly on you device, subscribe now.