fbpx

ଇଦକୁ ନେଇ ଅଡୁଆରେ କେରଳ ସରକାର : ସୁପ୍ରିମକୋର୍ଟ ଯିବ IMA

ନୂଆଦିଲ୍ଲୀ : କେରଳର ପିନରାୟୀ ବିଜୟନ ଏବଂ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ବକରୀ ଇଦକୁ ନେଇ ଉଭୟ କେରଳ ସରକାର ଏବଂ ଆଇଏମଏ ମୁହାଁମୁହିଁ ହୋଇଛନ୍ତି ଏପରିକି ଆଇଏମଏ ସୁପ୍ରିମକୋର୍ଟ ଯିବାର ଧମକ ମଧ୍ୟ ଦେଇଛି । କେରଳ ସରକାର ଇଦ୍
ଅଲ ଆଧା ପାଳନ ପାଇଁ କରୋନା କଟକଣାକୁ ଦୁଇ ଦିନ ପାଇଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରିଛିକ ଆଇଏମଏ । ବକରି ଇଦକୁ ଦୃଷ୍ଟିରେ ରଖି ରବିବାର ଠାରୁ ୩ ଦିନ ପାଇଁ କରୋନା କଟକଣା କୋହଳ କରିବାକୁ କେରଳ ସରକାର ଘୋଷଣା କରିଥିଲେ ।

ଆଇଏମଏ ଏହାର ବିରୋଧ କରିବା ସହିତ କୌଣସି ଧାର୍ମିକ ଏକତ୍ରୀକରଣକୁ ଅନୁମତି ନଦେବାର ଦାବି କରିଥିଲା । ଦେଶରେ କରୋନା ସଂକ୍ରମଣ ସମ୍ଭବତଃ ସର୍ବନିମ୍ନ ସ୍ତରରେ ରହିଛି । ତେବେ କେରଳରେ ସଂକ୍ରମଣ ଏବେବି ଉପରମୁହାଁ ରହିଛି । ଏପରି ସ୍ଥଳେ କଟକଣା କୋହଳ ଭବିଷ୍ୟତରେ ବିଷମ ପରସ୍ଥିତି ସୃଷ୍ଟି କରିପାରେ । ଆଇଏମଏ ପକ୍ଷରୁ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପରି ରାଜ୍ୟର ଉଦାହରଣ ଦିଆଯାଇଥିଲା । ଏହି ଦୁଇ ରାଜ୍ୟରେ କରୋନା କାରଣରୁ କନୱର ଯାତ୍ରାକୁ ବାରଣ କରାଯାଇଛି । ଏପରି ସମୟରେ ଯଦି କେରଳ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତେବେ ଆଇଏମଏ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି । ଏ ସମ୍ପର୍କରେ ଆଇଏମଏ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.