fbpx

ଇଣ୍ଟରନେଟ ସ୍ପିଡ୍ ଶୁଣିଲେ ଉଡିଯିବ ହୋସ୍; ଏହି ଠାରେ ହେଲା ପରୀକ୍ଷା

ନୂଆଦିଲ୍ଲୀ: ଯେତେବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୋଗ କରିଥାନ୍ତି ଯେ ଇଣ୍ଟରନେଟ୍ ସ୍ପିଡ୍ କେତେ ସ୍ଲୋ ଏବଂ ଏହାର ରେଟ୍ କେତେ ଅଧିକ । ଏହି ସମୟରେ ଜାପାନର ଇଞ୍ଜିନିୟରମାନେ ଚୁପଚାପ୍ ଏକ ନୂତନ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ଯାହା ଆଜିର ତୁଳନାରେ ଇଣ୍ଟରନେଟ୍ ସ୍ପିଡ୍ କୁ ଦ୍ୱିଗୁଣିତ କରିପାରିବ । ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି (NIICT) ଲ୍ୟାବରେ ପରୀକ୍ଷା ସମୟରେ ଇଣ୍ଟରନେଟର ଗତି ପ୍ରତି ସେକେଣ୍ଡରେ ୩୧୯ ଟେରାବାଇଟ୍ (ଟିବି) କୁ ରହିଛି । ବ୍ରିଟେନ ଏବଂ ଜାପାନ ସହଯୋଗରେ ହାସଲ ହୋଇଥିବା ପୂର୍ବ ରେକର୍ଡ ପ୍ରତି ସେକେଣ୍ଡରେ ୧୭୮ ଟେରାବାଇଟ୍ ଥିଲା ।

ଜାପାନର ଲ୍ୟାବରେ ଏହି ସ୍ପିଡ ହାସଲ ହେବାପରେ ଏହାଦ୍ୱାରା ବଡ଼ ଫାଇଲ ମଧ୍ୟ ଅତି ସହଜରେ ଡାଉନଲୋଡ ହୋଇପାରିବ । ଏହି ସ୍ପିଡ ହାସଲ କରିବାକୁ ଇଞ୍ଜିନିୟରମାନେ ଖାସ ଧାତୁରେ ନିର୍ମିତ ଆମ୍ପ୍ଲିଫାୟରର ବ୍ୟବହାର କରିଥିଲେ । କେବଳ ସ୍ପିଡ ହାସଲ ନୁହେଁ ଏହାକୁ ୩୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ସଫଳତାର ସହ ପଠାଇବାରେ ମଧ୍ୟ ସଫଳ ହୋଇଛନ୍ତି ଇଞ୍ଜିନିୟରମାନେ ।

ଆମଠାରୁ ଅନେକ କ୍ଷେତ୍ରରେ ପଛରେ ଥିବା ଆମର ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ଅପେକ୍ଷା ଏକ ଭଲ ସ୍ଥିତିରେ ଅଛି ଯେଉଁଠାରେ ଇଣ୍ଟରନେଟର ଅବସ୍ଥା ବହୁତ ଭଲ । ମାର୍ଚ୍ଚରେ ଆସିଥିବା Ookla Speedtest Global Indexର ରିପୋର୍ଟରେ ଏହା ପ୍ରକାଶ ପାଇଛି ।

Get real time updates directly on you device, subscribe now.