fbpx

ଛୋଟ ଛୁଆଙ୍କ ଆଖିରେ କାଜଲ ଲଗାଉଛନ୍ତି କି? ହୋଇପାରେ..

kajal of babies side effect know the reason

ନୂଆଦିଲ୍ଲୀ: ଛୁଆ ଜନ୍ମ ହେବା ଠାରୁ 5 ବର୍ଷ ପର୍ଯ୍ୟନ୍ତ ଶରୀରର ବିଶେଷ ଯତ୍ନ ନେବା ଉଚିତ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଛୋଟ ଛୁଆଙ୍କ ଦେଖାଶୁଣାରେ ଅଳ୍ପ ଅସୁବିଧା ହେଲେ ମଧ୍ୟ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଭାରତରେ ଆଜି ମଧ୍ୟ ଅନେକ ପୁରୁଣା ପରମ୍ପରା ଜାରି ରହିଛି । ତେଣୁ ଛୁଆ ଜନ୍ମ ହେବା ମାତ୍ରେ ଆଖିରେ କାଜଲ ଲଗାଉଛନ୍ତି । କୁହାଯାଉଥିଲା ଯେ, ଆଖିରେ କାଜଲ ଲଗାଇବା ଦ୍ବାରା ଛୁଆମାନଙ୍କର ଆଖି ବଡ ଏବଂ ସୁନ୍ଦର ହୋଇଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କେତେକ ଛୁଆଙ୍କ କ୍ଷେତ୍ରରେ ଏହା କ୍ଷତିକାରକ ସାଜିପାରେ । କାରଣ ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା କାଜଲରେ କେମିକାଲ୍ ବ୍ୟବହାର ହେଉଛି । ଫଳରେ ଆଖି ଉପରେ ସୁପ୍ରଭାବ ପକାଇବା ବଦଳରେ କୁପ୍ରଭାବ ପକାଇଥାଏ ।

ଆଖିରେ କାଜଲ କେଉଁ ସମସ୍ୟା କରାଏ

  • ଆଖି କୁଣ୍ଡାଇ ହେବା- କେମିକାଲ ଯୁକ୍ତ କାଜଲ ଲଗାଇବା ଦ୍ବାରା ଆଖି କୁଣ୍ଡାଇ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହିତ ଆଖି ଲାଲ ହେବା ସହିତ ଜ୍ବଳନର ମଧ୍ୟ କାରଣ ସାଜିପାରେ ।
  • ଆଖିରୁ ପାଣି ବାହାରିବା- ଛୋଟ ଛୁଆଙ୍କ ଆଖିରେ କାଜଲ ବ୍ୟବହାର କରିବା ଦ୍ବାରା ଆଲର୍ଜି ହେବାର ଆଶଙ୍କା ଅଧିକ ରହିଥାଏ । ଏହି କାରଣୁ ଆଖିରୁ ପାଣି ବାହାରିବାର ଆଶଙ୍କା ଅଧିକ ରହିଥାଏ ।
  • ଦୃଷ୍ଟି ଶକ୍ତି ଉପରେ ପ୍ରଭାବ-ଛୁଆଙ୍କୁ ଲଗାତାର କାଜଲ ଲଗାଇବା ଦ୍ବାରା ଆଖିର ଦୃଷ୍ଟିଶକ୍ତି ଉପରେ କୁପ୍ରଭାବ ପଡିଥାଏ । କାରଣ ଛୋଟ ଛୁଆ ସମୟରୁ ଆଖିର ଦୃଷ୍ଟିଶକ୍ତି କମିଯିବାର ଆଶଙ୍କା ରହିଥାଏ ।
  • ସଂକ୍ରମଣର ଆଶଙ୍କା ବୃଦ୍ଧି- ଛୋଟ ଛୁଆମାନଙ୍କର ଚର୍ମ ଅଧିକ ସେନସେଟିଭ ହୋଇଥାଏ । ଆଙ୍ଗୁଠି ସାହାଯ୍ୟରେ କାଜଲ ଲଗାଇବା ଦ୍ବାରା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ଅନ୍ୟପଟେ କାଜଲ କାରଣରୁ ପେଟ ଜନିତ ସମସ୍ୟା ହେବାର ମଧ୍ୟ ସମ୍ଭାବନା ରହିଥାଏ ।
  • କହିରଖୁଛୁ କି, ବଜାରରେ ମିଳୁଥିବା କାଜଲରେ 50 ପ୍ରତିଶତ ଲେଡର ବ୍ୟବହାର ହୋଇଥାଏ । ଏହା କେବଳ ଛୋଟ ଛୁଆଙ୍କର ଆଖି ନୁହେଁ ବରଂ ଯୁବତୀମାନଙ୍କ ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇବାର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.