ତାଣ୍ଡବ ରଚିଲା କାଳବୈଶାଖୀ, ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ, ୩ ଆହତ
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଛି। ଗଛ ଉପୁଡି ରାସ୍ତା ବନ୍ଦ ହୋଇଯାଇଛି।
ଭୁବନେଶ୍ୱର: ତାଣ୍ଡବ ରଚିଲା କାଳବୈଶାଖୀ। ହଠାତ୍ ସଧ୍ୟାରେ ମାଡି ଆସିଲା କଳାହାଣ୍ଡିଆ ମେଘ। ଆଜି ପ୍ରାୟ ସବୁ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କୁଆପଥର ମାଡ଼ ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି।
ବିଶେଷ କରି ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି। ଏପରିକି ରାସ୍ତାରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି।
ହଁ ଆଜିର ଏହି କାଳବୈଶାଖୀ ବୈପାରୀଗୁଡ଼ାରେ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଛି। ଏପରିକି ପବନର ବେଗ ଏତେ ଅଧିକ ଥିଲା ଯେ, ୧୦ରୁ ଅଧିକ ଘରର ଛପର ଉଡିଯାଇଛି। ଆଉ ପ୍ରବଳ ପବନ ଯୋଗୁଁ ରାସ୍ତା ଉପରେ ଗଛ ପଡି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି।
ଏହାସହ ପାଲଲହଡ଼ାରେ ମଧ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ସାନସଡ଼ା ଗାଁରେ ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହାସହ ୩ ଜଣ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।