fbpx

କଳାହାଣ୍ଡି ୟୁନିଭରସିଟିର ନାଁ ବଦଳି ହେଲା ମା’ ମାଣିକେଶ୍ୱରୀ ୟୁନିଭରସିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ବହୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ପାଇଁ ୧୨୦୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।
ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ୟୁନିଭରସିଟିର ନାଁ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । କଳାହାଣ୍ଡି ୟୁନିଭରସିଟିର ନାଁ ବଦଳି ଆଜିଠାରୁ ହେଲା ମା’ ମାଣିକେଶ୍ୱରୀ ୟୁନିଭରସିଟି । ଲକ୍ଷ୍ମୀ ବସ୍ ଲୋକାର୍ପଣ ସମାରୋହରେ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.