fbpx

kalki 2898 AD: କଲ୍କିରେ କମଲକୁ କମ୍ ଟାଇମ୍‌, କମଲ କହିଲେ ଏଇତ ଆରମ୍ଭ ମାତ୍ର…..

Advertisement

କଲ୍କିରେ କମଲକୁ କମ୍ ଟାଇମ୍‌, କମଲ କହିଲେ ଏଇତ ଆରମ୍ଭ ମାତ୍ର…..
ଓଡିଶା ଭାସ୍କର: ସାରା ଦେଶ ସମେତ ଅନେକ ଦେଶରେ ‘କଲ୍ସି ୨୮୯୮ ଏଡି’ କମାଲ କରୁଛି । ବଲିଉଡ ମହାନାୟକ ଅମିତାଭ ବଚ୍ଚନ, କମଲ ହସନ, ପ୍ରଭାସ ଓ ଦୀପିକା ପାଦୁକୋନ ଷ୍ଟାରର ଏହି ସିନେମା ୨୭ ଜୁନରେ ରିଲିଜ ହୋଇଥିଲା । ଯାହା ଦୁଇ ଦିନରେ ବୈଶ୍ୱିକସ୍ତରରେ ପ୍ରାୟ ୨୫୦ କୋଟି କମାଇ ସାରିଛି । ଏହି ସିନେମାକୁ କେବଳ ସିନେପ୍ରେମୀ ନୁହଁ ବରଂ ସିନେସମୀକ୍ଷକ ତଥା କ୍ରିଟିକ୍ସ ବି ବହୁତ ପସନ୍ଦ କରୁଛନ୍ତି । ସିନେମାରେ କମଲ ହସନ ଖଳନାୟକ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକେ, କିନ୍ତୁ ସ୍କ୍ରିନରେ ବହୁତ କମ୍ ସମୟ ନଜର ଆସୁଛନ୍ତି ଏହି ସୁପରଷ୍ଟାର । ଏହାକୁ ନେଇ ଦର୍ଶକେ ଟିକେ ନାରାଜ ଥାଇ ପାରନ୍ତି ।

‘କଲ୍କି ୨୮୯୮ ଏଡି’ ରେ ନିଜର କମ ସମୟ ସ୍କ୍ରିନ ସେୟାରକୁ ନେଇ କମଲ କହିଛନ୍ତି ଯେ, ସେ ‘କଲ୍କି ୨୮୯୮ ଏଡି’ ରେ କମ ସମୟ ପରଦାରେ ନଜର ଆସିଛନ୍ତି । ଯାହା ମାତ୍ର କେଇ ମିନିଟର । ସ୍କ୍ରିନ ଟାଇମ ଯଦିଓ କମ୍ ହୋଇ ଥାଇପାରେ, କିନ୍ତୁ ତାଙ୍କର ଅସଲ ଭାଗ ତ ଆରମ୍ଭ ମାତ୍ର ହୋଇଛି । ବର୍ତ୍ତମାନ ସିନେମାର ପ୍ରଥମ ଭାଗ ହିଁ ରିଲିଜ ହୋଇଛି । ସିନେମାର ଦ୍ୱିତୀୟ ଭାଗରେ ତାଙ୍କୁ ବହୁତ କିଛି କରିବାର ଅଛି ବୋଲି କମଲ ହସନ ପ୍ରକାଶ କରିଛନ୍ତି । ସେ ଜଣେ ପ୍ରଶଂସକ ଭାବରେ ସିନେମାକୁ ଦେଖିଛନ୍ତି ଓ ଏହାକୁ ଦେଖି ସେ ଆଚମ୍ବିତ ହୋଇଛନ୍ତି । ସିନେମାକୁ ନେଇ କମଲ କହିଛନ୍ତି ଯେ, ହିନ୍ଦୀ ସିନେମା ବୈଶ୍ୱିକସ୍ତରରେ ବୃଦ୍ଧି ହେବାରେ ଲାଗିଛି । ନିର୍ଦ୍ଦେଶକ ନାଗ ଅଶ୍ୱିନ ବିନା ଧାର୍ମିକ ପକ୍ଷପାତିତା କରି ସୁନ୍ଦର ଭାବରେ ଏହି ସିନେମାକୁ ତିଆରି କରିଛନ୍ତି । ପୌରାଣିକ ଓ ଧାର୍ମିକ ବିଷୟକୁ ନେଇ ନିର୍ଦ୍ଦେଶକ ସାବଧାନତାପୂର୍ବକ ସମସ୍ତଙ୍କୁ ନେଇ ଧୈର୍ଯ୍ୟସହକାରେ କାମ କରିଛନ୍ତି । ଫଳରେ ଏ ସିନେମା ଆଜି ଚାରିଆଡେ ଚର୍ଚ୍ଚା ସାଉଁଟୁଛି ।

Get real time updates directly on you device, subscribe now.