କାମଦା ଏକାଦଶୀ ୨୦୨୫: ଏହି ବିଧିରେ କରନ୍ତୁ ପୂଜା, ମିଳିବ ବିଷ୍ଣୁ ଭଗବାନଙ୍କ ଆଶୀର୍ବାଦ
କାମଦା ଏକାଦଶୀରେ ଯଦି ଆପଣ ବିଷ୍ଣୁ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ। ଆସନ୍ତୁ ଜାଣିବା ସେହି ବିଷୟରେ..
ଓଡ଼ିଶା ଭାସ୍କର: 8 ଏପ୍ରିଲ ଅର୍ଥାତ ଆଜି ଚୈତ୍ର ଶୁକ୍ଳ ପକ୍ଷର ଏକାଦଶୀ ତିଥି ଏବଂ ମଙ୍ଗଳବାର। ଏକାଦଶୀ ତିଥି ଆଜି ରାତି 9.14 ପର୍ଯ୍ୟନ୍ତ ରହିବ। ଅଶ୍ଳେଶା ନକ୍ଷତ୍ର ଆଜି ସକାଳ 7.55 ପର୍ଯ୍ୟନ୍ତ ରହିବ, ଏହାପରେ ମଘା ନକ୍ଷତ୍ର ଚାଲିବ।
ଆଜି କାମଦା ଏକାଦଶୀର ଉପବାସ ଆଜି ପାଳନ କରାଯିବ। ଏହି ଏକାଦଶୀ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କିପରି କରିବେ ପୂଜା..
କାମଦା ଏକାଦଶୀ ୨୦୨୫ର ପୂଜା ବିଧି: ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରନ୍ତୁଏବଂ ଦେବା-ଦେବୀଙ୍କୁ ସ୍ମରଣ କରନ୍ତୁ।
-ଏହାପରେ ନିଜ ପୂଜା ଘରେ ଚୌକି ଉପରେ ସାଲୁ କପଡ଼ା ପକାଇ ଶ୍ରୀହରି ଏବଂ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ।
-ଭଗବାନଙ୍କୁ ହଳଦୀ, ଅକ୍ଷତ, ଚନ୍ଦନ ଫୁଲ ଆଦି ଚଢାନ୍ତୁ ଏବଂ ଘିଅର ଦୀପ ଜଳାଇ ଆରତୀ କରନ୍ତୁ
ବିଷ୍ଣୁ ଚାଳିସା ଏବଂ ମନ୍ତ୍ର ପାଠ କରନ୍ତୁ।
-ଶେଷରେ ବିଷ୍ଣୁ ଭଗବାନଙ୍କ ପାଖେ ଭୋଗ ଲଗାନ୍ତୁ ଏବଂ ଏହାକୁ ବାଣ୍ଟି ଦିଅନ୍ତୁ।
-ପରେ ଘିଅ ଦୀପ ଜଳାଇ, ଏକାଦଶୀର କଥା ପଢି ଆରତୀ କରନ୍ତୁ।
-ସଂଧ୍ୟା ସମୟରେ ତୁଳସୀ ମାଆଙ୍କ ସାମ୍ନାରେ ଦୀପ ଜଳାନ୍ତୁ, ଏଥିରେ ଭଗବାନ ବିଷ୍ଣୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
କାମଦା ଏକାଦଶୀର ମହତ୍ତ୍ୱ: ଯିଏ ଏହି ଏକାଦଶୀକୁ ଭକ୍ତିପୂର୍ଣ୍ଣ ଭାବେ କରେ ତା’ର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଥିସହ ସମସ୍ତ ପାପ ବିନାଶ ହୋଇଥାଏ। ସମସ୍ତ ଦୋଷର ନିବାରଣ ହୋଇଥାଏ ଏବଂ ଲୋକଙ୍କ ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ଏହି ଦିନ ବ୍ରାହ୍ମଣ ଭୋଜନ କରାଇବା ଦ୍ୱାରା ଆହୁରି ଶୁଭଫଳ ମିଳିଥାଏ।