fbpx

କମଲ ଆର ଖାନ (KRK): ସୁଶାନ୍ତ ସିଂ ରାଜପୁତଙ୍କ ସହ ଯାହା ହୋଇଥିଲା ବର୍ତ୍ତମାନ ମୋ ସହ ହେଉଛି

ମୁମ୍ବାଇ: ସିନେ କ୍ରିଟିକ୍ସ କମଲ ଆର ଖାନ ସର୍ବଦା ନିଜର ଖୋଲା ମତ ଏବଂ ତାଙ୍କ କହିବା ବେଶ ଜଣା ଶୁଣା । ତାଙ୍କର ଏହି ଅନ୍ଦାଜ ପାଇଁ ସେ ଅନେକ ସମୟରେ ବିବଦ ଘେରକୁ ମଧ୍ୟ ଆସିଛନ୍ତି । ତେବେ KRK ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଏତିସହିତ ସେ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ସହ ଟ୍ୱିଟ୍ ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନ କିଛି ଦିନ ହେବ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ କମ ମାତ୍ରାରେ ଦେଖିବାକୁ ମିଳୁଛି ।

ତେବେ KRK ତାଙ୍କର ଏକ ଟ୍ୱିଟ୍ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ସେ ତାଙ୍କ ସ୍ମରଣ ଶକ୍ତି ଧିରେ ଘିରେ ହରାଉଛନ୍ତି । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂଙ୍କ ଯେପରି ହୋଇଥିଲା ବର୍ତ୍ତମାନ ମୋ ସହ ସେପରି କିଛି ହେଉଛି । ତେବେ KRK ତାଙ୍କ ପୋଷ୍ଟରେ ଆହୁରି ଅନେକ କିଛି କଥା ଲେଖିବା ସେ କହିଛନ୍ତି ଯେ ଯେତେବେଳେ ସେ ଜେଲ ଯାଇଥିଲେ ସେଠାରେ ସେ ତାଙ୍କର ୨୦ ପ୍ରତିଶତ ସ୍ମରଣ ଶକ୍ତି ରହାଇଥିଲେ । ସେଠାରେ ସେ ୧୦ ଦିନ ପର୍ଯ୍ୟନ୍ତ ଉପାସରେ ରହିଥିଲେ । ଯାହାଫଳରେ ଏହା ତାଙ୍କ ସ୍ମରଣ ଶକ୍ତି ଉପରେ ଗଭିର ପ୍ରଭାବ ପକାଇଥିଲା ।

ଏତତ୍ ବ୍ୟତୀତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଯଦି ଭବିଷ୍ୟତରେ ମୋର ମୃତ୍ୟୁ ହୁଏ ତେବେ ଲୋକମାନେ ଜାଣିବା ଦରକାର କି ଏହି ଲୋକମାନେ ପ୍ରଥମେ ସୁଶାନ୍ତ ସିଂଙ୍କ ସହ ଯାହା କରିଥିଲେ ବର୍ତ୍ତମାନ ମୋ ସହ ମଧ୍ୟ ତାହା କରୁଛନ୍ତି । ତେବେ KRK ଏହି ପୋଷ୍ଟ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଅନେକ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରୁଥିବା ମଧ୍ୟ ଜଣା ପଡିଛି ।

Get real time updates directly on you device, subscribe now.