fbpx

କନ୍ଧମାଳ ଜିଲ୍ଲାରେ ଅଛି ଅଧିକ କୋଇଲା, ବକ୍ସାଇଟର ମଧ୍ୟ ମିଳିଛି ସନ୍ଧାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ହୋଇପାରିନି । ସର୍ଭେରୁ ଜିଲ୍ଲାର କିଛି ସ୍ଥାନରେ ଖଣିଜ ସମ୍ପଦ ରହିଥିବା କଥା ଜଣାପଡିଥିଲେ ମଧ୍ୟ ଏହି ଦିଗରେ ବିଶେଷ ଅଗ୍ରଗତି ହୋଇ ପାରିନି । ଏ ଦିଗରେ ପରିବେଶ ଅନୁମତି ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୦୦ ମସିହାରୁ କନ୍ଧମାଳରେ ଖଣି ଖନନ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଏହାସହ ନୂତନ ଖଣିର ଅନୁସନ୍ଧାନ କରାଯାଇଥିଲା । ଓଡ଼ିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର ଦ୍ୱାରା ଡିଜିପିଏ ସର୍ଭେ କରାଯାଇଛି । ସେହିପରି ଭୁତତ୍ତ୍ୱ ଶାଖା ପକ୍ଷରୁ ମଧ୍ୟ ସର୍ଭେ କରାଯାଇଛି । ଏହିସବୁ ସର୍ଭେରୁ ଜିଲ୍ଲାରେ ଭରପୁର କୋଇଲା ଥିବା ସନ୍ଧାନ କରାଯାଇଛି । ଫୁଲବାଣୀ-ଗିଚ୍ଛାପଡା ରାସ୍ତାର କଟ୍ରିଂଗିଆ ଦେଇ ସମ୍ବଲପୁର ପର୍ଯ୍ୟନ୍ତ କୋଇଲା ଖଣି ଥିବା ସନ୍ଧାନ କରାଯାଇଛି ।ସେହିପରି କିଛି ସ୍ଥାନରେ ବକ୍ସାଇଟର ମଧ୍ୟ ସନ୍ଧାନ ମିଳିଛି । ଏହିସବୁ ଦୃଷ୍ଟିରୁ ଏହି କନ୍ଧମାଳ ଜିଲ୍ଲାରେ ପୁଣି ଖଣିଜ ସମ୍ପଦ ଉତ୍ତୋଳନ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି ।

ଖଣି କାର୍ଯ୍ୟକ୍ଷମ ପାଇଁ ସରକାରଙ୍କ ବିଭିନ୍ନ ସୋପାନ ରହିଛି ବୋଲି ଖଣି ଅଧିକାରୀ ଦେବବ୍ରତ ମହାନ୍ତି କହିଛନ୍ତି । ଜିଲ୍ଲାରେ ଥିବା ଗ୍ରାନାଇଟ ଉତ୍ତୋଳନ କରିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି । ଗ୍ରାନାଇଟ ଉତ୍ତୋଳନ ପାଇଁ ଆବେଦନ ହୋଇଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ପାଇଁ ଅପେକ୍ଷା ରହିଛି । ତେବେ ଏହା ଖୁବଶୀଘ୍ର ଚାଲିବ ବୋଲି ଖଣି ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.