fbpx
BJD SKY
BJD SKY

କନ୍ଧମାଳ ଦଙ୍ଗା: ୨୪ ଦୋଷୀଙ୍କୁ ୨ ବର୍ଷ ଜେଲ,ଜୋରିମାନା……

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କନ୍ଧମାଳ ଦଙ୍ଗା । ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ପରେ କନ୍ଧମାଳରେ ଦେଖା ଦେଇଥିବା ଦଙ୍ଗାକୁ ନେଇ ଆଜିବି ଜାରି ରହିଛି ରାଜନୈତିକ କାଦୁଅ ଫିଙ୍ଗା । ହଜାର ହଜାର ଘର ଜଳି ଯାଇଥିବା ବେଳେ ୩୯ରୁ ଅଧିକ ପ୍ରାଣହାନି ମଧ୍ୟ ଘଟିଥିଲା । ତେବେ ଏହି ଦଙ୍ଗାକୁ ୧୩ ବର୍ଷ ବିତି ଯାଇଥିବା ବେଳେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।

୨୦୦୮ ମସିହାର ମାମଲାରେ କୋର୍ଟ ୨୪ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨୪ ଜଣଙ୍କୁ ୨ ବର୍ଷ ଲେଖାଏଁ କାରାଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.