fbpx

NCB DG ହେଲେ ସତ୍ୟ ନାରାୟଣ; ଟପ୍ RANKରେ ଆଉ ଜଣେ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ ।

ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ପ୍ରଧାନ ଏନଡିଆରଏଫ ଡିଜି ଭାବରେ କାର୍ଯ୍ୟ କରିଥିଲେ । ମୂଳତଃ ଓଡ଼ିଶାର ବାସିନ୍ଦା ପ୍ରଧାନ ବିହାରର ପାଟନାରେ ଜନ୍ମ ଗ୍ରହଣ କରିଥିଲେ । ଉତ୍ତରପୂର୍ବ ଭାରତର ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ପ୍ରଧାନ । ବିହାରର ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ସତ୍ୟନାରାୟଣଙ୍କୁ ୨୦୧୨ରେ ରାଷ୍ଟ୍ରପତି ପୋଲିସ ସେବା ପଦକ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.