fbpx

ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍ କଲେକ୍ସନକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା: କହିଲେ ୭୦ ପ୍ରତିଶତ କଲେକ୍ସନ ମିଛ…

ମୁମ୍ବାଇ: ନିଜର କଡ଼ା ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗାନା ରଣାୱତ ପୁଣି ଥିରେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପୁଣି ଥରେ ବ୍ରହ୍ମାସ୍ତ୍ରକୁ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି ।
କଙ୍ଗନା ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍ କଲେକ୍ସନ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା କରଣ ଜୋହରଙ୍କ ଦ୍ୱାରା ଜାରି କରାଯାଇଥିବା ବ୍ରହ୍ମାସ୍ତ୍ରର କଲେକ୍ସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶନିବାର ବ୍ରହ୍ମାସ୍ତ୍ରର ୱାର୍ଲ୍ଡୱାଇଡ୍ କଲେକ୍ସନ ୭୫ କୋଟି ହୋଇଥିବା ନେଇ କହିଥିଲେ କରଣ ଜୋହର । ଏହି ସୂଚନାକୁ ନେଇ କଙ୍ଗନା ରବିବାର ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଏହି ସଂଖ୍ୟାକୁ ମିଛ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ କିଛି ଟ୍ରେଡ ଆନାଲିଷ୍ଟ ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍ କଲେକ୍ସନରେ ଗଡ଼ବଡ଼ କରୁଛନ୍ତି । ଏମିତି କରିବାକୁ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ଦିଆଯାଉଛି । ବୋଧହୁଏ ଏହା ଭାରତର ସବୁଠୁ ବଡ଼ ହେରାଫେରି ସଂଖ୍ୟାକୁ ନେଇ । ଯେଉଁଥିରେ ୬୦-୭୦ ପ୍ରତିଶତରୁ ଅଧିକ ମିଥ୍ୟା ଆକଳନ ରହିଛି ।

Get real time updates directly on you device, subscribe now.