fbpx

ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍

ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର ଫୋନ୍ କ୍ଲିନର ଏବଂ କିଲହେଭୀ ମୋବାଇଲ ସିକ୍ୟୁରିଟି ସାମିଲ ଅଛି ।

ବଡ଼ କଥା ହେଉଛି ୬୦ ହଜାରରୁ ଅଧିକ ଲୋକମାନେ ଏହାର ଇନଷ୍ଟଲ କରିଛନ୍ତି । ଏନସିସି ଗ୍ରୁପ୍ ର କକ୍ସ-ଆଇଟି ଅନୂଯାୟୀ ସ୍ପେନ, ଅଷ୍ଟ୍ରେଲିଆ, ପୋଲାଣ୍ଡ, ଜର୍ମାନୀ, ଆମେରିକା ଏବଂ ଅଷ୍ଟ୍ରିଆର ବ୍ୟବହାରକାରୀଙ୍କୁ ଟାର୍ଗେଟ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଆପ୍ ଆଣ୍ଟିଭାଇରସକୁ ଅପଡେଟ କରିବା ବାହାନାରେ ମାଲୱେୟାର ଇନଷ୍ଟଲ କରାଇଥାଏ ।

ଅଲ୍ଟ୍ରାବୋଟ୍ ସେଗୁରାନେ କହିଛି ଯେ ଏହି ମାଲୱେୟାର ସାଧାରତଃ ଲଗଇନ ତଥ୍ୟ ଚୋରି କରିଥାଏ । ଏସଏମଏସକୁ ରୋକିପାରେ ଏବଂ ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମର ବ୍ୟବହାର କରି ଫଣ୍ଡ୍ ଟ୍ରାନ୍ସଫର କରିପାରେ । ଏହି ଆପ୍ କୁକିଜ୍ ର ମଧ୍ୟ ବ୍ୟବହାର କରିଥାଏ । ଅବଶ୍ୟ ଗୁଗଲ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଯେଉଁମାନେ ଏହାକୁ ଡାଉନଲୋଡ୍ କରିସାରିଛନ୍ତି ସେ ତୁରନ୍ତ ହଟାଇଦିଅନ୍ତୁ ।

Get real time updates directly on you device, subscribe now.