fbpx

ମୋର ବିଶ୍ୱାସ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର “ତେଜସ” ସିନେମା ଦେଖିଛନ୍ତି: ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ତେଜସ୍‌’ ବଡ଼ପରଦାରେ ରିଲିଜ ହୋଇସାରିଛି। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରିପାରିନାହିଁ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫିଲ୍ମ ଦେଖିଥିବା କଙ୍ଗନା ତାଙ୍କ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ତେଜସ ଯାତ୍ରାର ପୋଷ୍ଟ ସେୟାର କରି କଙ୍ଗନା ଲେଖିଛନ୍ତି, ମୋର ବିଶ୍ୱାସ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜି ଆମର “ତେଜସ” ସିନେମା ଦେଖିଛନ୍ତି। ଯେଉଁ ସିନେମାଟି ଭାରତୀୟ ଯୁଦ୍ଧ ବିମାନ “ତେଜସ” ଓ ଭାରତୀୟ ବାୟୁ ସେନାଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ଯେଉଁମାନେ ଥ୍ରୀଏଟରରେ ଦେଖି ପାରିନାହାନ୍ତି, ଖୁବଶୀଘ୍ର ଏହା ଜି୫ଇଣ୍ଡିଆ ଏବଂ ସୋନୀ ଲାଇଭ ଉପଲବ୍ଧ ହେବ। ଜୟ ହିନ୍ଦ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍ୱଦେଶୀ ତେଜସ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହାଲୁକା ଯୁଦ୍ଧ ବିମାନ ତେଜସରେ ୪୫ ମିନିଟ୍ ଯାତ୍ରା କରିଥିଲେ ଏବଂ ଏହି ସମୟରେ ଆକାଶରେ ଉଡ଼ିବାବେଳେ ସେ ନିଜେ କିଛି ସମୟ ପାଇଁ ସମସ୍ତ ନିୟନ୍ତ୍ରଣ ଚଳାଉଥିଲେ। କେବଳ ଏତିକି ନୁହେଁ, ସେ ବେଙ୍ଗାଲୁରୁରେ ଅବସ୍ଥିତ ହାଲ୍ ଅର୍ଥାତ୍ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସୁବିଧା ପରିଦର୍ଶନ କରିଥିଲେ। ତେବେ ତେଜସ୍ ଯୁଦ୍ଧ ବିମାନରେ ଉଡ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସେ ସଫଳତାର ସହ ତେଜସରେ ଯାତ୍ରା କରିଛନ୍ତି ଏବଂ ସେ ଏଥିପାଇଁ ଗର୍ବିତ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ତେଜସ ଯାତ୍ରାକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଅଭିନୀତ ଫିଲ୍ମ ‘ତେଜସ୍‌’ କଥା ଉଠାଇଛନ୍ତି। ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

Get real time updates directly on you device, subscribe now.