fbpx

ଘୁଞ୍ଚିଲା କଙ୍ଗନାଙ୍କ ଫିଲ୍ମର ରିଲିଜ ତାରିଖ, ଅଭିନେତ୍ରୀ କହିଲେ ଏହାର କାରଣ

ମୁମ୍ବାଇ : ବଲିଉଡର ଅଭିନେତ୍ରୀ କଙ୍ଗନା ରଣାଉତଙ୍କ ମୋଷ୍ଟ ଓନଟେଡ ଫିଲ୍ମ ପୋଷ୍ଟପୋନ ହେବାରେ ଥିଲା । ଯାହାକୁ ଏବେ ଅଭିନେତ୍ରୀ ଏବେ କନଫର୍ମ କରିଛନ୍ତି । କଙ୍ଗନା ଟ୍ୱିଟର ଦ୍ୱାରା ଏହାର ସୂଚନା ଦେଇଛନ୍ତି । ଏପରି କାହିଁକି ହୋଇଛି ତାହାର କାରଣ ମଧ୍ୟ କରିଥିଲେ । ତାଙ୍କର ଏହି ଇମୋସନାଲ ନୋଟରେ କଙ୍ଗନା ଲେଖିଛନ୍ତି ଏହି ଫିଲ୍ମ ମୋର ଜୀବନର ସବୁ ଶିକ୍ଷା ଏବଂ ଜମାପୁଞ୍ଜିରେ ନିର୍ମିତ ହୋଇଛି ।

ଫିଲ୍ମର ଟିଜର ଏବଂ ବାକି ୟୁନିଟିରୁ ମିଳିଥିବା ରେସପନ୍ସ ମୋତେ ପ୍ରୋତ୍ସାହିତ କରିଛି । ମୁଁ ଯେଉଁଠାକୁ ଯାଉଛି ଲୋମାନେ ମତେ ଏହି ଫିଲ୍ମର ରିଲିଜ ଡେଟ ପଚାରୁଛନ୍ତି । ଏହାକୁ ନେଇ ମୁଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆମେ ଏହି ଫିଲ୍ମର ରିଲିଜ ଡେଟ ୨୪ ନଭେମ୍ବର ୨୪, ୨୦୨୩କୁ ସ୍ଥିର କରିଥିଲୁ । କିନ୍ତୁ ମୋର ବ୍ୟାକ ଟୁ ବ୍ୟାକ ରିଲିଜ ହେଉଥିବା ଫିଲ୍ମ ଏବଂ ବର୍ଷ ଶେଷରେ ଓଭର ପ୍ୟାକ୍ଡ ଥିବାରୁ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ବୋଲି ନିଷ୍ପତି ନିଆଯାଇଛି । ଏହାଛଡା କଙ୍ଗନା କହିଛନ୍ତି ଖୁବଶିଘ୍ର Emergency  ଫିଲ୍ମର ନୂଆ ରିଲିଜ ଡେଟ ଘୋଷଣା କରାଯିବ । ତେବେ ଫ୍ୟାନ୍ସ ମାନେ ଏହା ଜାଣିବା ପରେ ନିରାଶ ହୋଇଛନ୍ତି । ଏହି ଫିଲ୍ମକୁ ଲୋକମାନେ ବହୁତ ଦିନରୁ ଅପେକ୍ଷା କରିଥିଲେ ।

ଏହି ଫିଲ୍ମ ମୋଷ୍ଟ ୱାଟେଣ୍ଡ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । କିନ୍ତୁ ଏବେ ପ୍ରସଂଶକ ମାନଙ୍କୁ ଅପେକ୍ଷା କରିବାକୁ ପଡିବ ଏହି ଫିଲ୍ମ ଦେଖିବାକୁ । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିବେ । ଏହାକୁ କଙ୍ଗନା ଡାଇରେକ୍ଟ କରିଛନ୍ତି । ଫିଲ୍ମଟି ୧୯୭୫ରେ ଲଗିଥିବା Emergency ଉପରେ ଅଧାରିତ । ଦେବେ ଦର୍ଶକମାନଙ୍କୁ ଏହି ଫିଲ୍ମ ରିଲିଜ ହେବାର ଅପେକ୍ଷା ।

Get real time updates directly on you device, subscribe now.