ଭଡ଼ା ଘରେ ଚାଲିଥିଲା ରାସଲୀଳା, ଅସଞ୍ଜତ ଅବସ୍ଥାରେ ସ୍ତ୍ରୀକୁ ପ୍ରେମିକ ସହ ଧରିଲା ସ୍ୱାମୀ, ଆଉ ତାପରେ…

ଅସଞ୍ଜତ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଉଭୟଙ୍କୁ ଧରିଥିଲେ।

ନିମାପଡ଼ା: ଚାଲିଥିଲା ଚୋରାପ୍ରୀରତି। ଅସଞ୍ଜତ ଅବସ୍ଥାରେ ବେଡରେ ଧରିଲା ସ୍ୱାମୀ। ଆଉ ତାପରେ ଚାଲିଲା ଜେରା। ଶିକ୍ଷୟିତ୍ରୀ ସ୍ତ୍ରୀ ପ୍ରେମିକ ସହ ଭଡ଼ା ଘରେ ଚଲାଇଥିଲେ ଡାରେ ନାରେ। ଅସଞ୍ଜତ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଉଭୟଙ୍କୁ ଧରିଥିଲେ।

ଆଉ ତାପରେ ବେକରେ ମାଳ ପକାଇ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେଇ ଥାନାକୁ ନେଇଥିଲେ। ପୁରୀ ଜିଲ୍ଲା ନିମାପଡ଼ାରେ ପରିକିୟା ପ୍ରୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ।

ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷୟତ୍ରୀ ନିମାପଡା ଥାନା ନିକଟରେ ଏକ ସାହିରେ ଭଡା ଘରେ ରହୁଥିଲେ। ତାଙ୍କର ସ୍ୱାମୀଙ୍କ ସହ କିଛି ବିବାଦ ଥିବାରୁ ସ୍ୱାମୀ ସ୍ତ୍ରୀ ଏକାଠି ରହୁନଥିଲେ। ଯାହା ପରେ ମହିଳା ଜଣଙ୍କ ଚଲାଇଥିଲେ ଚୋରା ପ୍ରୀରତି।

ମହିଳା ଜଣଙ୍କ ଶିକ୍ଷୟତ୍ରୀ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶିକ୍ଷକ ନେତା ହୋଇଥିବା ଜଣାପଡିଛି । ପୂର୍ବରୁ ସ୍ୱାମୀ ସ୍ତ୍ରୀକୁ ସନ୍ଧେହ୍ କରୁଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ସମୟରେ ଧରିବା ପାଇଁ ଯୋଜନା କରିଥିଲେ ।

ସୋମବାର ରାତି ୮ଟା ସମୟରେ ଭଡାଘରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ସହ ତାଙ୍କ ପ୍ରେମିକା ଶିକ୍ଷକ ନେତା ଅସଞ୍ଜତ ଅବସ୍ଥାରେ ଥିଲା ପଡ଼ିଥିଲେ ଧରା।

ସ୍ୱାମୀ ଓ ତାଙ୍କ ସାଙ୍ଗମାନେ ମିଶିି ତାଙ୍କୁ ଧରି ଦୁଇଜଣଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବେକରେ ମାଳ ପକାଇ ଥାନାକୁ ଚଲାଇ ଚଲାଇ ନେଇ ଥିଲେ।

ଥାନା ଅଧିକାରୀ ଏହି ଘଟଣା କୁ ନେଇ ଅଧିକ ତଦନ୍ତ ପ୍ରକ୍ରିୟା ଚଳାଇଥିଲେ। ଏପଟେ ଭିଡିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି । ତଦନ୍ତ ପରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏବଂ ତାଙ୍କ ସାଙ୍ଗକୁ ବାନ୍ଧିଛି ପୋଲିସ୍‌। ଏଭଳି କଙ୍ଗାରୁକୋର୍ଟରେ ଶାସ୍ତି ଦେବା ଆଇନ ବିରୋଧ ବୋଲି କହିଛି ପୋଲିସ।