fbpx
BJD SKY
BJD SKY

(Video) କାନ୍ଧରେ ଭଗବାନ ଶିବଙ୍କ ମୂର୍ତ୍ତିକୁ ଧରି ଚାଲିଲେ କାଉଡ଼ିଆ, ଦେଖନ୍ତୁ ଭାଇରାଲ ଭିଡିଓ…

BJD

ନୂଆଦିଲ୍ଲୀ: ଶ୍ରାବଣ ମାସ ଆସିଲେ ଲକ୍ଷ ଲକ୍ଷ କାଉଡ଼ିଆ ନିଜ କାନ୍ଧରେ ଶ୍ରାବଣୀ ପାଣି ନେଇ ବାହାରି ପଡ଼ିଥାନ୍ତି ବାବା ଭୋଳାଙ୍କ ଉପରେ ଜଳଲାଗି କରିବାକୁ । ଅନେକ ଦୂର ଦୂରାନ୍ତରୁ ପାଣି ଉଠାଇ ପାଦରେ ଚାଲି ଚାଲି ଆସିଥାନ୍ତି ବାବାଙ୍କୁ ଜଳଲାଗି କରିବାକୁ । ଆପଣ ମଧ୍ୟ ରାସ୍ତାରେ ପାଣି ନେଇ ଯାଉଥିବା ଏହି କାଉଡ଼ିଆଙ୍କୁ ଦେଖିଥିବେ ।

ଆପଣ ଅନେକ ଥର ଏମିତି କାଉଡିଆଙ୍କୁ ଦେଖିଥିବେ ଯେଉଁମାନେ ଭାରି ବାହୁଙ୍ଗି ନେଇ ପାଣି ଢାଳିବାକୁ ଯାଇଥାନ୍ତି । ଯେତେ କଷ୍ଟ ହେଲେବି ମନରେ ଭଗବାନ ଶଙ୍କରଙ୍କୁ ସ୍ମରଣ କରି କଠିନ ରାସ୍ତାକୁ ପାରକରିଥାନ୍ତି । ତେବେ ବର୍ତ୍ତମାନ ଏଭଳି ଜଣେ ଭକ୍ତଙ୍କ ଭିଡିଓ ଭାଇରାଲ ହେଉଛି ଯିଏକି ନିଜ କାନ୍ଧରେ ପାଣିଭାରଠାରୁ ବି ଭାରି ଓଜନର ବାବା ଭୋଳାଙ୍କ ପ୍ରତିମୂର୍ତ୍ତି ଧରି ଯାତ୍ରା କରୁଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ କାଉଡିଆ ନିଜ କାନ୍ଧରେ ଭଗବାନ ଶଙ୍କରଙ୍କ ମୂର୍ତ୍ତି ଧରି ଯାତ୍ରାରେ ବାହାରିଛନ୍ତି । ଭିଡିଓରେ ଜଣାପଡ଼ୁଛି ଭଗବାନଙ୍କ ମୂର୍ତ୍ତିକୁ ସେ ବେଶ୍ ଯତ୍ନର ସହ ନେଇ ଯାତ୍ରା କରୁଛନ୍ତି । ସେ ସାଙ୍ଗରେ ଏକ ଷ୍ଟୁଲ ମଧ୍ୟ ରଖିଛନ୍ତି ଏବଂ ଥକ୍କା ଲାଗିଲେ ମଝିରେ ମଝିରେ ଏହା ଉପରେ ବସି ଥକ୍କା ମେଣ୍ଟାଉଛନ୍ତି ଏବଂ ପୁଣି ଯାତ୍ରା ଆରମ୍ଭ କରୁଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by KAVI HARSANA (@harsanakavi)

 

 

Get real time updates directly on you device, subscribe now.