fbpx
BJD SKY
BJD SKY

OCS ପ୍ରିଲିମ ପାଇଁ ଆସିଲା ନୋଟିସ: ଏହି ତାରିଖରେ ହେବ ପରୀକ୍ଷା

BJD

ଭୁବନେଶ୍ୱର: ୨୦୨୧ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓସିଏଓ ପ୍ରିଲିମ ପରୀକ୍ଷା । ଏ ନେଇ ଓପିଏସସିଙ୍କ ତରଫରୁ ସୂଚନା ଜାରି କରାଯାଇଛି ।

ତେବେ ଓପିଏସସି ପକ୍ଷରୁ ପରୀକ୍ଷାର ପ୍ରୋଗ୍ରାମକୁ ନେଇ କୌଣସି ନୋଟିସ ଦିଆଯାଇ ନାହିଁ । ତେଣୁ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆବେଦନକାରୀମାନେ ଅଫିସିଆଲ ୱେବସାଇଟକୁ ଫଲୋକରି ପାରିବେ । ନିକଟରେ ଓପଏସସି ତରଫରୁ ୭୦୩୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରିଛି । ଯୋଗ୍ୟତା, ଶାରୀରିକ କ୍ଷମତା ଇତ୍ୟାଦି ସହିତ ଅନ୍ୟାନ୍ୟ କାରଣରୁ ଯୋଗ୍ୟ ବିବେଚିତ ହୋଇ ନଥିବା ଅନେକ ପ୍ରାର୍ଥୀଙ୍କୁ ରିଜେକ୍ଟ କରାଯାଇଥିବା ଓପିଏସସି ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.