fbpx

ପ୍ରଶାନ୍ତ ମହାସାଗରରୁ ମିଳିଲା ଦୁର୍ଲଭ ଓ ବିଚିତ୍ର ଜୀବ: ବେଜ୍ଞାନିକ ବି ପାଉନାହାନ୍ତି ପତ୍ତା

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏକ ବିଚିତ୍ର ତଥା ଦୁର୍ଲଭ ଜୀବ ଚିହ୍ନଟ କରାଯାଇଛି । ଏହି ବିରଳ ଜୀବର ଲମ୍ବ ୯ ପୁଟ ହୋଇଥିବା ବେଳେ ଏହାର ଲମ୍ବା ଲାଞ୍ଜ ଥିବା ଦେଖାଯାଇଛି । ତେବେ ଏହାର ଏକ ପାଶ୍ୱର୍ରେ ଅନେକ ଗୁଡାଏ ଶୁଣ୍ଢ ଅର୍ଥାତ ଟେଣ୍ଟେକଲ୍ସ ଦେଖିବାକୁ ମିଳିଛି । ତେବେ ଏହି ଜନ୍ତୁ ସାମୁଦ୍ରିକ ଜୀବମାନଙ୍କର ଏକ ନୂଆ ପ୍ରଜାତି ବୋଲି ଅନୁମାନ କରୁଛନ୍ତି ବେଜ୍ଞାନିକ ।

इसके ढेर सारे सूंड होते हैं, जिनकी लंबाई करीब 16 इंच तक होती है. (फोटोः Ocean Exploration Trust)
ସମୁଦ୍ର ଭିତରକୁ ଯାଇଥିବା ଏକ ସାମୁଦ୍ରିକ ଯାନ ଏହାକୁ ଖୋଜି ବାହାର କରିବା ସହ ଏହାର ଭିହିଓ ମଧ୍ୟ ରେକର୍ଡ କରିଥିଲା । ସାମୁଦ୍ରିକ ଯାନର ସ୍କ୍ରିନରେ ଏହି ଜୀବକୁ ଦେକିବା ମାତ୍ରେ ଚମକି ପଡିଥିଲେ ବୈଜ୍ଞାନିକ । ନୂତନ ଜୀବ ଉପରେ ଅଧିକ ଜାଣିବା ପାଇଁ ସାମୁଦ୍ରିକ ଯାନକୁ ବୈଜ୍ଞାନିକମାନେ ତା’ ନିକଟକୁ ନେଇ ଯାଇଥିଲେ । ଏହାପରେ ଖୁବ ନିକଟରୁ ଏହାର ବିଭିନ୍ନ ଅଙ୍ଗର ଫଟୋ ଉଠାଇବା ସହ ଭିଡିଓ କରାଯାଇଛି ।

समुद्रयान नॉटिलस के कैमरे ने जूम किया तो ऐसा दिख रहा था जीव. (फोटोः Ocean Exploration Trust)
ତେବେ ଏହାପରେ ଜଣାଯାଇଛି ଯେ ଏହି ବିଚିତ୍ର ଜୀବର ଲମ୍ବା ୯ ଫୁଟ ହୋଇଥିବା ବେଳେ ଏହାର ଶୁଣ୍ଢ ୧୬ ଇଞ୍ଚ ଲମ୍ବା ରହିଥିଲା । ପାଣି ଭିତରେ ଏହି ଶୁଣ୍ଢ ସାହାଯ୍ୟରେ ପହଁରୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି । ତେବେ ବୈଜ୍ଞାନିକଙ୍କ ମତ ଅନୁସାେରେ, ଏହା ପ୍ରଶାନ୍ତ ମହାସାଗରର ପ୍ରାୟ ୯୮୨୩ ଫୁଟ ତଳେ ଏହି ଜୀବକୁ ଚିହ୍ନଟ କରାଯାଇଛି ।

जैसे ही समुद्रयान ईवी नॉटिलस इसके पास गया इसने अपने सूंड खोलने शुरू किए. (फोटोः Ocean Exploration Trust)
ତେବେ ଏହା କେଉଁ ପ୍ରକାର ଜୀବ ତାହାକୁ ନେଇ ବୈଜ୍ଞାନିକମାନେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏହି ନୂଆ ଜୀବ ସୋଲମବେଲୁଲା ମୋନୋସିଫେଲସର ପ୍ରଜାତିର କିମ୍ବା ଏକ ଅନ୍ୟ କୌଣସି ଜୀବ ବୋଲି ସେମାନେ ପ୍ରକାଶ କରି ନାହାନ୍ତି । ତେବେ ଏହାର ଅଧ୍ୟୟନ ଜାରି ରହିଥିବା ବେଳେ ଏହା ଏକ ନୂତନ ପ୍ରଜାତିର ଜୀବ ହୋଇପାରେ ବୋଲି ମଧ୍ୟ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.