fbpx

ଶୋଇଥିବା ପୁଅର ସାର୍ଟ ଭିତରେ ପଶିଗଲା ଭୟାନକ ସାପ: ତା’ପରେ ମାଆ କଲେ ଏମିତି କାମ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନେକ ଭିଡିଓ ସାପ-ନେଉଳ ମଧ୍ୟରେ ଯୁଦ୍ଧକୁ ନେଇ ରହିଥାଏ ତ କିଛି ଭିଡିଓ ସାପର ଆଟାକ ଉପରେ ହୋଇଥାଏ । ତେବେ ସାପକୁ ଦେଖିଲେ ପ୍ରାୟ ଲୋକ ଭୟ କରିଥାନ୍ତି । ସେହିଭଳି ଏକ ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । ଘରେ ଜଣେ ପିଲା ଶୋଇଥିବା ବେଳେ ତାଙ୍କ ସାର୍ଟ ଭିତରେ ଗୋଟିଏ ଭୟଙ୍କର ସାପ ପଶିଯାଇଥିବା ଦେଖିବାକୁ ମିଳିଛି । ଭିଡିଓରେ ଏହି ସାପକୁ ଦେଖିଲେ ଯେ କେହି ବି ଡରିଯିବେ ।

ଶୋଇଥିବା ଅବସ୍ଥାରେ ଜଣେ ପିଲାର ସାର୍ଟ ଭିତରେ ଏକ ସାପ ଦେଖି ତାଙ୍କ ମା’ ଭୟଭୀତ ହୋଇଯାଇଥିବା ବେଳେ ପୁଅକୁ ବଞ୍ଚାଇବା ପାଇଁ ଚିକବାର କରୁଛନ୍ତି । ତେବେ ଏହି ସମୟରେ ଘଟଣାର ଖବର ପାଇ ଜଣେ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଏକ ବ୍ଲେଡ ସାହାଯ୍ୟରେ ପିଲାଟିର ସାର୍ଟକୁ କାଟି କ୍ରେଟ ସାପକୁ ଉଦ୍ଧାର କରିଛନ୍ତି ଏହି ବ୍ୟକ୍ତି ଜଣକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପିଲାଟିର ସାର୍ଟ ଭିତରେ ଏହି ସାପର ହଲଚଲ ସ୍ପଷ୍ଟ ଦେଖାଯାଉଛି । ତେବେ ସାହସର ସହିତ ସାପକୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଭିଡିଓର ଆଗକୁ ଦେଖାଯାଉଛି ଯେ ବ୍ୟକ୍ତି ଜଣକ ଶେଷରେ ନିଜ ଚେଷ୍ଟାରେ ସଫଳ ହୋଇଛନ୍ତି ଏବଂ ସାର୍ଟ ଭିତରୁ ସାପକୁ ବାହାର କରିଛନ୍ତି । ତେବେ ଶେଷରେ ମା ନିଜ ପୁଅକୁ ସୁରକ୍ଷିତ ଦେଖି ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ତେବେ ସାପଟିକୁ ଉଦ୍ଧାର କରିସାରିବା ପରେ ଏହା ବିଷଧର ନୁହେଁ ବୋଲି ପ୍ରକାଶ କରିଛନ୍ତି ସାପ ଧରାଳୀ ।

ଏହି ଭିଡିଓ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଅନେକ ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.