fbpx
BJD SKY
BJD SKY

ସୁଧ ହାର ବଢାଇଲା ବ୍ୟାଙ୍କ ଅଫ ବରୋଦା: ଜାଣନ୍ତୁ ଆପଣଙ୍କୁ କେତେ ମିଳିବ ରିଟର୍ଣ୍ଣ

BJD

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ରେପୋ ରେଟ ବୃଦ୍ଧି ହେବା ପରେ ବିଭିନ୍ନ ବ୍ୟାଙ୍କ ମଧ୍ୟ ଏବେ ସୁଧ ହାର ବୃଦ୍ଧି କରୁଛନ୍ତି । ଲୋନ ଉପରେ ସୁଧହାର ବୃଦ୍ଧି ହେବା ବ୍ୟତୀତ ବ୍ୟାଙ୍କ ଡିପୋଜିଟ ଉପରେ ମଧ୍ୟ ସୁଧ ହାର ବୃଦ୍ଧି ହେବାରେ ଲାଗିଛି । ଏହାମଧ୍ୟରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ ବରୋଦା ମଧ୍ୟ ଫିକ୍ସଡ ଡିପୋଜିଟ(ଏଫ.ଡି) ଉପରେ ମିଳୁଥିବା ସୁଧରେ ମଧ୍ୟ ବୃଦ୍ଧି କରିଛି ।

ତେବେ ୨ କୋଟିରୁ କମ ଟଙ୍କାର ଏଫ.ଡି ପାଇଁ ସୁଧହାରକୁ ବୃଦ୍ଧି କରାଯାଇଛି । ଗତ ଜୁଲାଇ ୨୮ ତାରିଖରୁ ଏହି ନୂଆ ଦର ଲାଗୁ କରିଛି ବ୍ୟାଙ୍କ ଅଫ ବରୋଦା । ଏଣିକି ସାଧାରଣ ଜନତାଙ୍କ ପାଇଁ ଏଫ.ଡି ଉପରେ ୩.୦୦ ପ୍ରତିଶତରୁ ୫.୫୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୩.୫୦%-୬.୫୦% ପର୍ଯ୍ୟନ୍ତ ସୁଧ ହାର ଗ୍ୟାରେଣ୍ଟି ଦେଉଛି ବ୍ୟାଙ୍କ ଅଫ ବରୋଦା ।

ତେବେ ୭-୪୫ ଦିନ ମଧ୍ୟରେ ମ୍ୟାଚ୍ୟୁର ହୋଇଥିବା ଡିପୋଜିଟ ଉପରେ ସୁଧ ହାର ୨.୮୦ରୁ ୩.୦୦ ପ୍ରତିଶତକୁ ବୃଦ୍ଧି କରିଛି ବ୍ୟାଙ୍କ । ସେହିପରି ୪୬ରୁ ୧୮୦ ଦିନ ମଧ୍ୟରେ ମ୍ୟାଚ୍ୟୁର ହୋଇଥିବା ଏଫ.ଡିରେ ସୁଧ ହାର ୩.୭୦ ପ୍ରତିଶତରୁ ୪.୦୦ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ୧୮୧ ଦିନରୁ ୨୭୦ ଦିନ ଡିପୋଜିଟ ଉପରେ ଏବେ ୪.୩୦ ପ୍ରତିଶତ ପରିବର୍ତ୍ତେ ୪.୬୫ ପ୍ରତିଶତ ସୁଧ ହାର ପ୍ରଦାନ କରିବ । ଏହାପରେ ୨୭୧ରୁ ଅଧିକ କିମ୍ବା ଏକ ବର୍ଷରୁ କମ ଅବଧିରେ ମ୍ୟାଚ୍ୟୁର ହୋଇଥିବା ଜମା ରାଶି ଉପରେ ସୁଧ ହାର ୪.୬୫ ପ୍ରତିଶତ ଧାର୍ଯ୍ୟ କରିଛି ବ୍ୟାଙ୍କ ଅଫ ବରୋଦା ।

ଅନ୍ୟ ପକ୍ଷରେ ଏକ ବର୍ଷରେ ମ୍ୟାଚ୍ୟୁର ହୋଇଥିବା ଫିକ୍ସଡ ଡିପୋଜିଟରେ ୫.୩୦ ପ୍ରତିଶତ, ବର୍ଷେରୁ ଅଧିକ ଏବଂ ୨ ବର୍ଷରୁ କମ ଅବଧି ପାଇଁ ୫.୪୫ ପ୍ରତିଶତ ସୁଧ ହାର ରହିବ । ଏହି ଅବଧି ୨ ରୁ ୩ ବର୍ଷ ମଧ୍ୟରେ ରହିଲେ ଡିପୋଜିଟ ଉପରେ ସୁଧହାର ୫.୫୦ ପ୍ରତିଶତ ଦେବା ଜାରି ରଖୁଥିବା ବେଳେ ୩ ବର୍ଷରୁ ୧୦ ବର୍ଷର ଅବଧି ପାଇଁ ସୁଧ ହାର ୫.୩୫ ପ୍ରତିଶତରୁ ବୃଦ୍ଧି ପାଇ ୫.୫୦ ପ୍ରତିଶତ ହୋଇଛି ।

Get real time updates directly on you device, subscribe now.