fbpx

ରୋହିତ ଏବଂ ବିରାଟଙ୍କୁ କେତେ ଦିନ ଖେଳିବା ଉଚିତ୍‌, ସାମ୍ନାକୁ ଆସିଲା ପୂର୍ବତନ ବିଶ୍ୱ କପ ବିଜେତା ଅଧିନାୟକଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମା ହେଉଛନ୍ତି ଏପରି ଖେଳାଳି, ଯେଉଁମାନଙ୍କର କୋଟି କୋଟି ଫ୍ୟାନ୍ସ-ଫଲୋର୍ସ । ତେବେ ଖେଳିମାନଙ୍କ କ୍ୟାରିୟରକୁ ଆଗକୁ ବଢିବା ପାଇଁ ଫିଟନେସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ପୂର୍ବତନ ବରିଷ୍ଠ ଖେଳାଳି କପିଲ ଦେବ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଇଣ୍ଟରଭ୍ୟୁରେ କପିଲ ଦେବଙ୍କ କହିବାନୁଯାୟୀ, ଶରୀର ୨୬ ରୁ ୩୪ ବର୍ଷ ପର୍ଯ୍ୟନ୍ତ ଏହାର ଚାହିଦା ସୂଚାଇଥାଏ ।

ସେ ଆହୁରି କହିଛନ୍ତି ଯେ, ୨୬ ରୁ ୩୪ ବର୍ଷ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାପରେ ଖେଳାଳିଙ୍କ ଫିଟନେସ ସେମାନଙ୍କ ଲମ୍ବା କ୍ୟାରିୟରକୁ ସୂଚୀତ କରିଥାଏ । ଯୁବ ଖେଳାଳିଙ୍କୁ ନେଇ କପିଲ ଦେବ କହିଛନ୍ତି ଯେ, ସାଧାରଣ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ସକ୍ଷମ ହେବାକୁ ସମୟ ଲାଗିଥାଏ । ଅବସରକୁ ନେଇ ସେ କହିଛନ୍ତି ଯେ, ରବି ଶାସ୍ତ୍ରୀ ଖୁବଶିଘ୍ର ଅବସର ନେଇଥିଲେ, ହେଲେ ସଚିନ ତେନ୍ଦୁଲକର ବହୁ ସମୟ ପର୍ଯ୍ୟନ୍ତ ଖେଳିଥିଲେ ।

ପୂର୍ବତନ ବିଶ୍ୱ କପ ବିଜେତାଙ୍କ କହିବାନୁଯାୟୀ, ନିଜ ଜୀବନର ଉପାୟ ଧାର୍ଯ୍ୟ କରିବା ବ୍ୟକ୍ତି ଉପରେ ନିର୍ଭର କରିଥାଏ । ମୋ ହିସାବରେ ଯେପର୍ଯ୍ୟନ୍ତ ଆପଣ ଫିଟ ଏବଂ ଖେଳର ଆନନ୍ଦ ନେଉଛନ୍ତି, ସେହି ପର୍ଯ୍ୟନ୍ତ ଖଳିବା ଆବଶ୍ୟକ । ଏପରି ସେ ସନ୍ୟାସ ଏବଂ ଖେଳର ଅବଧିର ନିଷ୍ପତ୍ତି ପ୍ଲେୟାର୍ସଙ୍କ ଉପରେ ଛାଡିଦେବା କଥା କହିଛନ୍ତି ।

Get real time updates directly on you device, subscribe now.