fbpx

କରମଣ୍ଡଳ ଟ୍ରାଜେଡି: SCB ମେଡିକାଲ ପକ୍ଷରୁ ହେଲପ୍‌ଲାଇନ୍ ନମ୍ବର ଜାରି

Advertisement

କଟକ: କରମଣ୍ଡଳ ଟ୍ରାଜେଡିରେ ଆହତ ମାନଙ୍କୁ ଆଣି କଟକ SCB ମେଡିକାଲ କଲେଜରେ ଚିକତ୍ସା କରାଯାଉଛି। ଯେଉଁମାନଙ୍କର ସମ୍ପର୍କୀୟ ମାନେ ଏଠାରେ ଚିକତ୍ସା ହେଉଛନ୍ତି ସେମାନଙ୍କ ବିଷୟରେ ଜାଣିବା ପାଇଁ SCB ମେଡିକାଲ ପକ୍ଷରୁ ହେଲପ୍‌ଲାଇନ୍ ନମ୍ବର ଜାରି କରାଯାଇଛି।

ଗତକାଲି ଦୁର୍ଘଟଣା ପରେ ଅନେକ ଆମ୍ବୁଲାନ୍ସ ଏବଂ ବସ୍ ଯୋଗେ ଆହତ ମାନଙ୍କୁ ରାତା ରାତି ଆଣି ବାଲେଶ୍ୱରରୁ କଟକ ମଧ୍ୟରେ ବିଭିନ୍ନ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ରାଜ୍ୟ ସରକାର ନିଜର ସମସ୍ତ କ୍ଷମତା ଲଗାଇ ଏହି ଉଦ୍ଧାରକାର୍ଯ୍ୟ କରିଥିଲେ। ସମସ୍ତ ଲୋକଙ୍କୁ କିପରି ଭଲ ଚିକତ୍ସା ମିଳିପାରିବ ସେ ପ୍ରତି ସରକାର ଧ୍ୟାନ ଦେଇଥିଲେ।

ସବିଶେଷ ସୂଚନା ଅନୁଯାୟୀ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି।

Get real time updates directly on you device, subscribe now.