fbpx

କରନ୍-ତେଜସ୍ୱୀ ଖୋଲିଲେ ନିଜ ବେଡରୁମ୍ ସିକ୍ରେଟ୍: କହିଲେ କିଏ ଭଲରେ କରିଥାଏ ଏହି କାମ

ମୁମ୍ବାଇ: ବିଗ୍ ବସ୍ ୧୫ର ବିଜେତା ବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଓ କରନ୍ କୁନ୍ଦ୍ରାଙ୍କ ଯୋଡି ଏବେ ସବୁଠାରୁ ଲୋକପ୍ରିୟ ଯୋଡି ଭାବେ ଚର୍ଚ୍ଚିତ । ପ୍ରତିଦିନ ଏହି ଦମ୍ପତ୍ତିଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକି କିଛି ମିନିଟ ମଧ୍ୟରେ ଭାଇରାଲ ହେଉଛି । ଲୋକଙ୍କ ଆଗରେ କରନ୍ ଓ ତେଜସ୍ୱୀ ରୋମାନ୍ସ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ, କିନ୍ତୁ ଏବେ ସେ ନିଜ ବେଡରୁମର ସିକ୍ରେଟ ଉପରୁ ପରଦା ଉଠାଇଛନ୍ତି ।

ତେବେ ରିଆଲିଟି ଶୋ’ରେ କରନ ଓ ତେଜସ୍ୱୀଙ୍କ ମଧ୍ୟରେ କିଏ ଭଲ କିସର ବୋଲି କଙ୍ଗନା ରାଣାୱତ ପ୍ରଶ୍ନ କରିଥିଲେ । ଅତି ଓପନ୍ ଭାବେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରେମୀଯୁଗଳ । କଙ୍ଗନାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରନ୍ କୁନ୍ଦ୍ରା ତେଜସ୍ୱୀଙ୍କ ନାଁ ନେଇଥିଲେ ଓ ତାଙ୍କୁ ବେଷ୍ଟ କିସର୍ କରିଥିଲେ । ଏହା ପରେ ଲାଜେଇ ଯାଇଥିଲେ ତେଜସ୍ୱୀ । ସୂଚନା ମୁତାବକ, କଙ୍ଗନା ରାଣାୱତଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ଓଟିଟି ରିଆଲିଟି ଶୋ ‘ଲକ୍ ଅପ୍’ରେ ଏପରି ଘଟିଥିଲା, ଯେବେ କରନ ଓ ତେଜସ୍ୱୀ ଶୋ’ରେ ଏକାଠି ନଜର ଆସିଥିଲେ ।

 

View this post on Instagram

 

A post shared by Karan Kundrra (@kkundrra)

କାମ କଥା କହିବାକୁ ଗଲେ ତେଜସ୍ୱୀ ଏବେ ‘ନାଗିନ୍ ୬’ରେ ନଜର ଆସୁଛନ୍ତି । ସେ ଖୁବଶୀଘ୍ର ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହ ବଲିଉଡରେ ଡେବୁୃ କରିବାକୁ ଯାଉଛନ୍ତି । ‘ଡ୍ରିମ ଗାର୍ଲ ୨’ରେ ଆୟୁଷ୍ମାନଙ୍କ ସହ ସ୍କିନ୍ ସେୟାର କରିବେ ତେଜସ୍ୱୀ ।

 

View this post on Instagram

 

A post shared by ColorsTV (@colorstv)

Get real time updates directly on you device, subscribe now.